ମାଲକାନଗିରି: ଗତ ୨୩ ତାରିଖରେ ମାଥିଲି ଠାରେ ପୁଲିସ ମିଛ ସୂଚନାଦାତା କହି ହତ୍ୟା କରିବା ଘଟଣାଙ୍କୁ ବିରୋଧ କରି ହିଂସା ମୁକ୍ତ ଓଡିଶା ଅଭିଯାନ ପକ୍ଷରୁ ନକ୍ସଲ ଗଡ଼ ମଉପଦର ଠାରୁ ଛତିଶଗଡ଼ ସୀମାନ୍ତ ରାସ୍ତାରେ ମାଓ ବିରୋଧୀ ପୋଷ୍ଟର ଲାଗିଛି। ପୋଷ୍ଟରେ ଲେଖାଯାଇଛି ଯେ, କୋଣସି ପରିସ୍ଥିତିରେ ଆମେ ଅନନ୍ତ ଭୂଇଁଆ ହତ୍ୟାକାରୀ ମାଓବାଦୀଙ୍କୁ ଛାଡିବୁ ନାହିଁ। ଏହାର ପ୍ରତିଶୋଧ ଆମେ ନେବୁ। ଅନନ୍ତ ଭୂଇଁଆ ଅମର ରହେ।
୧) ମାଥିଲିରେ ଶାନ୍ତି ପ୍ରତିଷ୍ଠା ପାଇଁ କାଯ୍ୟ କରୁଥିବା ସମାଜସେବୀ ଦେଶପ୍ରେମୀ ଅନନ୍ତ ଭୂଇଁଆଙ୍କୁ ହତ୍ୟା କଣ ପାଇ? ଏବଂ କେଉଁ ଅଧିକାରରେ?
୨) ମାଟି ପାଇଁ ସହିଦ ହୋଇଥିବା ଅନନ୍ତ ଭୂଇଁଆଙ୍କୁ ହତ୍ୟା ପରେ ଯଦି ମାଓବାଦୀ ଭାବୁଥାନ୍ତି ଯେ, ସେମାନଙ୍କର କଣ୍ଟା ସଫା ତେବେ ତାହା ସେମାନଙ୍କର ଭୁଲ। ଆମେ ଅନନ୍ତଙ୍କ ସ୍ୱପ୍ନର ମାଥିଲି ର୍ନିମାଣ କରିବୁ ତା ସହିତ ନକ୍ସଲ ମୁକ୍ତ ମାଥିଲି ବି ଗଢ଼ିବୁ।
୩) ବିନା କାରଣରେ ପୁଲିସ ସୁଚନାଦାତା କହି ହତ୍ୟା କରିବା ମାଓବାଦୀ ତୁମେ ତୁମର ଏହି ଗଣିତ ବନ୍ଦକର। ଏବେ ଏହା ସଙ୍ଗଠନ ପକ୍ଷରୁ ତୁମକୁ ଶେଷ ସନ୍ଦେଶ। ତୁମ କଲା କର୍ମର ପରିଣାମ ତୁମକୁ ଭୋଗିବାକୁ ପଡ଼ିବ।
୪) ଅନନ୍ତ ଭୂଇଁଆଙ୍କ ହତ୍ୟାକାରୀଙ୍କୁ ଆମେ ଏମିତି ବ୍ୟର୍ଥ ଯିବାକୁ ଦେବୁନ। ଏହାକୁ ପୋଷ୍ଟର ମାଧ୍ୟମରେ ମିଳୁଥିବା ସଧାରଣ ଚେତାବନୀ ବୋଲି ଭାବନ୍ତୁନି, ଏହା ତୁମ ପାଇ କାଳର ସନ୍ଦେଶ ଅଟେ।
୫) ଅନନ୍ତ ଭୂଇଁଆଙ୍କୁ ହତ୍ୟା ମାଓବାଦୀ ଆନ୍ଦୋଳନ ପାଇଁ ଶନିଗ୍ରହ ଅଟେ। ଏବେ ତୁମର ଆନ୍ଦୋଳନ ଆଉ ଚାଲିବ ନକ୍ଷହିଁ କି ଆମେ ଏହାକୁ ଚାଲିବାକୁ ଦେବୁନି। ହିଂସା ମୁକ୍ତ ଓଡିଶା ଅଭିଯାନ ତୁମର ଦାଦାଗିରିଙ୍କୁ ଆଉ ଚାଲିବାକୁ ଦେବନି। ବହୁତ ହେଇଗଲା ଆଉ ନୁହେ ଏବେ ତୁମକୁ ତୁମ କର୍ମର କୁପରିଣାମ ଭୋଗିବାକୁ ହେବ।
୬) ବହୁତ ଶୀଘ୍ର ଓଡିଶା ନକ୍ସଲ ମୁକ୍ତ ହେବ, ମାଓବାଦୀ ତୁମକୁ ଆମେ ଛାଡିବୁ ନହିଁ। ଏଥର ଲଢେଇ ଏପାର ସେପକ୍ଷରର। ଆମେ ତୁମକୁ ଜଙ୍ଗଲ ଭିତରେ ଗୋଡେଇ ଗୋଡେଇ ମାରିବୁ ଆଉ ଅନନ୍ତ ଭୂଇଁଆଙ୍କ ହତ୍ୟାର ପ୍ରତିଶୋଧ ନେବୁ।
୭) ଜନତାଙ୍କୁ ବିନୀତ ଅନୁରୋଧ ଯେ ମାଟି ପାଇଁଁ ଅନନ୍ତ ଭୂଇଁଆଙ୍କ ସ୍ମତିରେ ପ୍ରତିବର୍ଷ ଅକ୍ଟୋବର ୨୩ ତାରିଖକୁ ମାଓ ବିରୋଧୀ ସହିଦ ଦିବସ ରୁପେ ପାଳନ କରନ୍ତୁ ଏବଂ ଆମକୁ ସହଯୋଗ କରନ୍ତୁ।
ମାଲକାନଗିରି: ଛତିଶଗଡ଼ ସୀମାନ୍ତ ରାସ୍ତାରେ ମାଓ ବିରୋଧୀ ପୋଷ୍ଟର
/sambad/media/post_attachments/wp-content/uploads/2018/10/malkan1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)