ଏଟିଏମ ଅଚଳ ଯୋଗୁଁ ଅସନ୍ତୋଷ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ଦୁର୍ଗମ ତଥା ନକ୍ସଲ ପ୍ରବଣ ଅଞ୍ଚଳ ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତ ପାଇଁ ରହିଛି ଗୋଟିଏ ମାତ୍ର ଏସବିଆଇ ଶାଖା। ଲୋକଙ୍କ ସୁବିଧା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଗୋଟିଏ ଏଟିଏମ ମଧ୍ୟ ରହିଛି। ତେବେ ଏହି ଏଟିଏମ ଠିକ ଭାବେ କାମ କରୁନଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଯାହାଫଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି। ବିଗତ ଦିନରେ ବିଦ୍ୟୁତ ସରବରାହ ବ୍ୟାଘାତ ଯୋଗୁଁ ଏଟିଏମ ଚାଲୁନଥିବାରୁ ଲୋକଙ୍କ ବାରମ୍ବାର ଦାବି ପରେ ଏହାକୁ ସଜଡା ଯାଇଥିଲା। ଏବେ ପୁଣି ମେସିନ ଖରାପ ହୋଇଥିବା ଯୋଗୁଁ ଜନ ଅସନ୍ତୋଷ ବଢିବାରେ ଲାଗିଛି। ତେଣୁ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର