ମାଲକାନଗିରି: ମାଲକାନଗିରି ସହରର ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ପିଏନବି ବ୍ୟାଙ୍କ ଏଟିଏମ ଲୁଟ୍ ଉଦ୍ୟମ କରୁଥିବା ବେଳେ ପୁଲିସକୁ ଦେଖି ଦୁର୍ବୃତ୍ତମାନ‌େ ଫେରାର ହୋଇଯାଇଛନ୍ତି।

Advertisment

ସୂଚନା ଅନୁଯାୟୀ, ୨୬ ନମ୍ବର ଜାତୀୟ ରାଜପଥ କଡରେ ପିଏନବି ବ୍ୟାଙ୍କର ଏଟିଏମ୍ ରହିଛି। ଗତକାଲି ରାତି ପ୍ରାୟ ସାଢ଼େ ୩ଟା ବେଳେ ୨ ଜଣ ଦୁର୍ବୃତ୍ତ ଏଟିଏମ୍ ଲୁଟ କରିବା ପାଇଁ ଚେଷ୍ଟା କରୁଥିଲେ। ତାଲା ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ବ‌େଳେ କମ୍ପାନୀ କର୍ତ୍ତୃପକ୍ଷ ନିକଟକୁ ସୂଚନା ପଳାଇଥିଲା। ଏହାପରେ କମ୍ପାନୀ ପକ୍ଷରୁ ତୁରନ୍ତ ମାଲକାନଗିରି ଥାନାକୁ ଖବର ଦେଇଥିଲେ। ମାଲକାନଗିରି ପୁଲିସର ପାଟ୍ରୋଲିଂ ଗାଡ଼ି କିଛି ମିନିଟ ଭିତରେ ସେଠାରେ ପହଞ୍ଚିଯାଇଥିଲା। ପୁଲିସ ଗାଡ଼ିର ଶବ୍ଦ ଶୁଣି ଦୁଇ ଜଣ ଦୁର୍ବୁତ୍ତ ସେଠାରୁ ଦୌଡ଼ି ପଳାଇଥ‌ିଲେ। ପୁଲିସ ପହଞ୍ଚିବା ଯୋଗୁଁ ବଡ଼ ଲୁଟ ହେବାରୁ ରକ୍ଷା ପାଇଯାଇଥିବା ଜଣାପଡ଼ିଛି।