ସ୍ବାଭିମାନ ଅଂଚଳରେ ବିକାଶ ନୁହେଁ, ବିନାଶ ଚାଲିଛି: ମାଓନେତା ରାକେଶ

ମାଓବାଦୀଙ୍କ ଅଡିଓ ଟପ ଜାରି

 

ମାଲକାନଗିରି: ମାଲକାନଗିରି-କୋରାପୁଟ ବଡର ଡିଭିଜନର ସଚିବ ରାକେଶ ଆଜି ସନ୍ଧ୍ୟାରେ ଅଡିଓ ଟପ ଜରିଆରେ ସରକାର ଉପରେ ବର୍ଷିଛନ୍ତି। ମାଓନେତା ରାକେଶ କହିଛି ସ୍ବାଭିମାନ ଅଞ୍ଚଳରେ ସରକାର ବିକାଶ ଚାଲିଛି ବୋଲି ଯେଉଁ ଡିଣ୍ଡିମ ପିଟୁଛି ତାହା ମିଥ୍ୟା ଅଟେ।ଆଜିବି ଲୋକେ ଭୋକ ଉପାସରେ ରହୁଛନ୍ତି।ଗୁରୁପ୍ରିୟା ସେତୁ ନିର୍ମାଣ କରିବା, ଲୋକଙ୍କୁ ମୋବାଇଲ ଦେବା, ରାସ୍ତା ନିର୍ମାଣ କରିବା ଭଳି ଭ୍ରାନ୍ତ ଉଦାହରଣ ଦେଇ ଭୋଟ ହାତେଇବାକୁ ଚାଂହୁଛି।
ନିର୍ବାଚନ ପାଖେଇ ଆସିଲେ ସରକାରଙ୍କର ସ୍ବାଭିମାନ ଅଂଚଳର ଲୋକଙ୍କ ଦରଦ ବଢିଯାଉଛି। ଗୁରୁପ୍ରିୟା ନିର୍ମାଣ ଆଗରୁ କଂ ଏଠାରେ ଲୋକ ରହୁ ନଥିଲେକି ବୋଲି ରାକେଶ ପ୍ରଶ୍ନ କରିଛି। ଜନତା ପାର୍ଟି ଯୋଗୁଁ ହିଁ ଏଠାରେ ଲୋକ ସମସ୍ତ ସୁବିଧା ପାଇପାରୁଛନ୍ତି। ସରକାର କଣ କରୁଛି ସମସ୍ତଙ୍କୁ ଜଣା।ଜଳ, ଜଙ୍ଗଲ, ଜମି ପାଇଁ ପାର୍ଟି ଲଢେଇ କରି ଆସୁଛି ଏବଂ ଆଗକୁ କରିବ। ପୂର୍ବରୁ କଣ ଲୋକଙ୍କ ଦୁଃଖ ଦରଦ ସରକାରଙ୍କୁ ଦେଖାଯାଉନଥିଲା କି, ଏବେ ସବୁ ବିକାଶ ଚାଲିଥିବା ବାରମ୍ବାର ପ୍ରଚାର ଚଳାଇଛି।
ମାଓବାଦୀ ଆଗରୁ ଏଠାରେ ଥିଲେ ଏବଂ ଆଗକୁ ମଧ୍ୟ ରହିବେ। ସରକାର ନକ୍ସଲକୁ ଏଠାରୁ ତୁରନ୍ତ ତଡିବେ ବୋଲି ଯେଉଁ ପ୍ରଚାର ଚଳାଇଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା। ନକ୍ସଲଙ୍କୁ ଏଠାରୁ ବିତାଡିତ କରିବା ସ୍ୱପ୍ନ ଦେଖିବା ସରକାର ବନ୍ଦ କରନ୍ତୁ ବୋଲି ମାଓନେତା ରାକେଶ କହିଛନ୍ତି। ନିର୍ବାଚନକୁ ଆଖିଆଗରେ ରଖି ଯେଉଁ ମିଥ୍ୟା ଅପପ୍ରଚାର ଚଳାଇଛି ତାକୁ ବୁଦ୍ଧିଜୀବୀ, ଛାତ୍ର, ପତ୍ରକାର, ସାଧାରଣ ଜନତା, ବିଭିନ୍ନ ବର୍ଗର ଲୋକ ଜାଣିବା ଉଚିତ ବୋଲି କୁହାଯାଇଛି। ନକ୍ସଲ ପୁଲିସକୁ ଖୋଲା ଚେଲେଞ୍ଜ କରିଛି।
ସମ୍ବନ୍ଧିତ ଖବର