ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଗତ ୧୮ ତାରିଖ ଦିନ ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଆଲ୍ଲୁରି ସୀତାରାମରାଜୁ ଜିଲ୍ଲାର ମାରିଡିମିଲ୍ଲୀ ଜଂଗଲରେ ଦୁର୍ଦାନ୍ତ ମାଡବି ହିଡମା ସମେତ ୬ ଜଣ ନକ୍ସଲଙ୍କୁ ଏନକାଉଣ୍ଟର କରାଯାଇଥିଲା। ଏହି ଏନକାଉଣ୍ଟରରେ ହିଡମାର ପତ୍ନୀ ରାଜେ ମଧ୍ୟ ଥିଲା। ଏହି ମୃତ୍ୟୁକୁ ନେଇ ମାଓ ସଂଗଠନ ପକ୍ଷରୁ ପ୍ରେସ ବିବୃତ୍ତି ଜାରି କରାଯାଇ ଏହାକୁ ଫର୍ଜି ଏନକାଉଣ୍ଟର ବୋଲି ଅଭିଯୋଗ କରିବା ସହ ହିଡମା ଏବଂ ତାଂକ ସାଥୀଙ୍କୁ ଧରି ହତ୍ୟା କରାଯାଇଥିବା କହିଥିଲେ। ଏହାକୁ ବିରୋଧକରି ଆଜି ସାରା ଦେଶରେ ପ୍ରତିବାଦ ଦିବସ ପାଳନ କରିବା ସହ ବନ୍ଦ ଡାକରା ଦେଇଥିଲା ମାଓ ସଂଗଠନ। କିନ୍ତୁ ମାଓବାଦୀଙ୍କର ଏବେ ଆଉ ସେ ଦମ୍ ନଥିବାରୁ ବିଶେଷକରି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା, ଛତିଶଗଡ଼ ଏବଂ ମହାରାଷ୍ଟ୍ରରେ ସେଭଳି କୌଣସି ପ୍ରଭାବ ପଡୁନଥିବା ଦେଖିବାକୁ ମିଳିଥିଲା।
ବନ୍ଦ ଡାକରାକୁ ନଜରରେ ରଖି ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଥିଲା। ମାଲକାନଗିରି ସୀମା ବି ସିଲ କରାଯିବା ସହ କୁମ୍ବିଂକୁ ଜୋରଦାର କରାଯାଉଥିଲା। ମାଓବାଦୀ ଯେଭଳି କୌଣସି ଅଘଟଣ ନଘଟାନ୍ତି ସେଥିପ୍ରତି ୫ ରାଜ୍ୟର ପୁଲିସ ଓ ଗୁଇନ୍ଦା ମାଓ ଗତିବିଧି ଉପରେ ନଜର ରଖିଥିଲେ।
ମୃତ୍ୟୁ ପରେ ମଧ୍ୟ ଚର୍ଚ୍ଚାରେ ହିଡ଼ମା
ମାଓ ନେତା ହିଡ଼ମା ମୃତ୍ୟୁ ପୂର୍ବରୁ ଯେତିକି ଚର୍ଚ୍ଚାରେ ଥିଲା ଏବେ ମୃତ୍ୟୁ ପରେ ମଧ୍ୟ ସେତିକି ଚର୍ଚ୍ଚାରେ ରହିଛି। ହିଡ଼ମାର ମୃତ୍ୟୁକୁ କେହି ମଧ୍ୟ ବିଶ୍ବାସକୁ ନେଉ ନାହାନ୍ତି। କାରଣ ଏତେ ସହଜରେ ପୁଲିସ ହିଡମାକୁ ଏନକାଉଣ୍ଟର କରି ଲୋକେ ହଜମ କରିପାରୁ ନାହାନ୍ତି। ବିଭିନ୍ନ ସଂଗଠନ, ସମାଜସେବୀ ଏବଂ ରାଜନେତାମାନେ ଏହାକୁ ହତ୍ୟା ବୋଲି କହିଆସୁଛନ୍ତି। ଆନ୍ଧ୍ର ପୁଲିସ ହିଡ଼ମାକୁ ଧରି ହତ୍ୟା କରିଛି। ଏଥିରେ ମାଓ ନେତା ଦେବଜୀ ହିଁ ଖଳନାୟକ ବୋଲି କୁହାଯାଉଛି।
୫ରାଜ୍ୟର ଲୋକେ ଭୟଭୀତ
ମୃତ୍ୟୁ ପୂର୍ବରୁ ହିଡମାର ନାମ ଶୁଣିଲେ ୫ ରାଜ୍ୟର ଲୋକେ ଭୟଭୀତ ଓ ଆତଙ୍କିତ ହୋଇପଡୁଥିଲେ। ଛତିଶଗଡ଼ରେ ଯେତେ ସବୁ ବଡ଼ବଡ଼ ଘଟଣା ଘଟିଛି ସେଥିରେ ହିଡମା ହିଁ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ତେଣୁ ହିଡମାକୁ ପୁଲିସ ଧରିବା ଓ ମାରିବାକୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଥିଲା। ହଠାତ୍ ହିଡମାକୁ ଏନକାଉଣ୍ଟରରେ ମରାଯାଇଥିବା କଥାକୁ କେହି ବିଶ୍ବାସକୁ ନେଉ ନାହାନ୍ତି। ଏବେ ଲୋକେ ହିଡ଼ମା ମରିବା ପରେ ବସ୍ତର ଅଂଚଳର ଜଳ, ଜଂଗଲ ଓ ଜମିକୁ କିଏ ରକ୍ଷା କରିବ ବୋଲି କହୁଛନ୍ତି। କିନ୍ତୁ ଏହା ପୂର୍ବରୁ ହିଡମାକୁ ତୁରନ୍ତ ଏନକାଉଣ୍ଟର କରିବା ପାଇଁ ଦାବି ହୋଇ ଆସୁଥିଲା। ହିଡ଼ମାର ମୃତ୍ୟୁକୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/23/madvi-hidma-2025-11-23-20-32-43.jpg)