କାଲିମେଳା : ଏକ ଦୁଷ୍କର୍ମ ମାମଲାରେ ଜଣେ ବିଜେପି ନେତାକୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣା ପଡିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କାଲିମେଳା ବିଜେପି ମଣ୍ଡଳ ସଭାପତି ଅବଦୁତ ପ୍ରସାଦ ଦୁର୍ଗା ଜଣେ ଯୁବତୀକୁ ବିବାହ ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରି ଆସୁଥିଲେ । ଯୁବତୀ ଜଣକ ବର୍ତ୍ତମାନ ବିବାହ କରି ନୂଆଦିଲ୍ଲୀରେ ରହୁଥିବା ବେଳେ ଏବେ ବି ସମ୍ପୃକ୍ତ ଯୁବକ ଜଣକ ଅଶ୍ଳୀଳ ମେସେଜ ପଠାଉଥିବାର ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ । ଯୁବତୀ ଏ ସମ୍ପର୍କରେ ନୂଆଦିଲ୍ଲୀର ଏକ ଥାନାରେ ଯୁବକ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ । ଏ ସମ୍ପର୍କରେ ନୂଆଦିଲ୍ଲୀ ପୁଲିସ କାଲିମେଳା ପୁଲିସକୁ ସୂଚନା ଦେବା ପରେ ଆଜି କାଲିମେଳା ପୁଲିସ ଅବଦୁତ ପ୍ରସାଦ ଦୁର୍ଗାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣା ପଡିଛି । ଅଭିଯୁକ୍ତ ବିରୁଦ୍ଧରେ ଦୁଷ୍କର୍ମ ମାମଲା ସହ ଆଇଟି ଆକ୍ଟ ଓ ପୋକସୋ ଧାରାରେ ଗିରଫ କରାଯାଇଥିବାର ଜଣା ପଡିଛି । ଗିରଫ ଅବଦୁତ ପ୍ରସାଦ ଦୁର୍ଗା କାଲିମେଳା ବିଜେପି ମଣ୍ଡଳ ସଭାପତି ଅଛନ୍ତି ।