ସାଂସଦଙ୍କ ଫାର୍ମ ହାଉସ ଉଡ଼ାଇଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାର ବିଜେପି ସାଂସଦ ବିକ୍ରମ ଦେବ ଉସେଣ୍ଡିଙ୍କ ଫାର୍ମା ହାଉସକୁ ବୋମା ଲଗାଇ ନକ୍ସଲ ଉଡ଼ାଇ ଦେଇଛନ୍ତି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ବରେବଡା ଗ୍ରାମରେ ପହଞ୍ଚିଥିଲେ। ଏଠାରେ ଥିବା ସାଂସଦଙ୍କ ଫାର୍ମ ହାଉସରେ ପଶି ସାଂସଦଙ୍କ ସଂପର୍କୀୟଙ୍କୁ ନିସ୍ତୁକ ମାଡ ମାରିଥିଲେ। ଏହାପରେ ସ୍ଥାନ ଛାଡି ଚାଲିଯିବାକୁ ନିର୍ଦେଶ ଦେଇଥିଲେ। ସାଧାରଣ ଲୋକ ସେଠାରୁ ଚାଲି ଯିବାପରେ ପରେ ବୋମା ଖଂଜି ଫାର୍ମ ହାଉସକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ବିକାଶ ଯାତ୍ରାକୁ ବିରୋଧ କରି ନକ୍ସଲ ଏହି କାଣ୍ଡ କରିଥିବା କହିଛନ୍ତି। ଖବର ପାଇ ସୁରକ୍ଷାକର୍ମୀ ସେଠାରେ ପହଞ୍ଚିଥିଲେ। ଏହି ଅଂଚଳକୁ ସିଲ କରିବା ସହ ତଦନ୍ତ ଚାଲିଥିବା ଏସପି କେ.ଏଲ ଧ୍ରୁବ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର