ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲୋକ ମହୋତ୍ସବ ମାଲ୍ୟବନ୍ତ ଅବସରରେ ଆଜି ସ୍ଥାନୀୟ ସତୀଗୁଡା ଡ୍ୟାମରେ ନୌକା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ୧୦ଟି ଟିମ ଭାଗ ନେଇଥିଲେ। ପ୍ରତ୍ୟେକ ଟିମରେ ୪ ଜଣ ଲେଖାଏଁ ପ୍ରତିଯୋଗୀ ରହିଥିଲେ।
ନୌକା ପ୍ରତିଯୋଗିତା ଦେଖିବା ପାଇଁ ପ୍ରବଳ ଭିଡ ଜମିଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ସିନ୍ଧ୍ରିମାଳର ସମାରୁ ବେଣ୍ଡୋ, ମଙ୍ଗଳା ଭୁମିଆ,ଅର୍ଜୁନ ପଡିଆମି ଏବଂ ମହେନ୍ଦ୍ର କାବାସିଙ୍କ ନୌକା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୋରିଷମାଳର ଧନୁର୍ଯ୍ୟୟ ଡୁରୁକା,ବାସୁ ମାଢି, କାର୍ତ୍ତିକ ମାଢି ଏବଂ ଜଳେନ୍ଦ୍ର ମାଢି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି।
ସେହିପରି ଏମଭି-୧୧୧ ଗ୍ରାମର ବୁଦ୍ରା ଓଡି, କୃଷ୍ଣ କାବାସି, ମଙ୍ଗରାଜ କୋଡେ ଏବଂ ସମାରୁ କାବାସି ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ ବିଜେତା ପ୍ରତିଯୋଗୀଙ୍କୁ ଆସନ୍ତା ମାଲ୍ୟବନ୍ତ ମହୋତ୍ସବରେ ସମ୍ମାନୀତ କରାଯିବ ବୋଲି ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/11/tHvWW9dioAOIFg1MUaec.jpg)