ମାଲକାନଗିରି: ସୀମା ସୁରକ୍ଷା ବଳ (ବିଏସଏଫ୍)ର ଅତିରିକ୍ତ ଡିଜି ଏସ.ଏଲ୍. ଥାଓସେନ୍ ଆଜି ମାଲକାନଗିରି ସ୍ୱାଭିମାନ ଅଂଚଳ ଗସ୍ତ କରିଛନ୍ତି। ସେ ସ୍ବାଭିମାନ ଅଂଚଳର ଗୋରାସେତୁଠାରେ ନୂଆ କରି ସ୍ଥାପନ ହୋଇଥିବା ବିଏସଏଫ୍ କ୍ୟାମ୍ପ ପରିଦର୍ଶନ କରିବା ସହିତ ସେଠାରେ ମୁତୟନ ହୋଇଥିବା ଯବାନମାନଙ୍କ ସହିତ ବୈଠକ କରିଥିଲେ। ସେଠାରେ ମାଓ ମୁକାବିଲା ନେଇ ସ୍ଥିତିର ବି ସମୀକ୍ଷା କରିଛନ୍ତି ବିଏସଏଫ ଏଡିଜି ଥାଓସେନ୍। ଏହି ସମୀକ୍ଷା ବୈଠକରେ ଆଗାମୀ ଦିନରେ କିପରି ମାଓବାଦୀଙ୍କୁ ଦମନ କରାଯିବ ସେଥି ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି।
ଆଜି ସକାଳେ ସେ ହେଲିକପ୍ଟର ଯୋଗେ ଗୋରା ସେତୁରେ ପହଞ୍ଚିବା ପରେ ସ୍ଥାନୀୟ ଗ୍ରାମବାସୀଙ୍କୁ ଭେଟିବା ସହ ଶିଶୁ ଦିବସ ଅବସରରେ ପିଲାମାନଙ୍କୁ ଉପହାର ପ୍ରଦାନ କରିଥିଲେ। ଏହି ଗସ୍ତରେ ତାଙ୍କ ସହ ବିଏସଏଫର ନବମ ବଟାଲିଅନର ଡିଆଇଜି ଏସ.କେ.ସିଂ, ମାଓ ଅପରେସନ୍ ଡିଆଇଜି ଅଙ୍କଳେଶ୍ବର ପାଣ୍ଡେ ଏବଂ ମାଲକାନଗିରି ଏସପି ଋଷିକେଶ ଖିଲାରି ମଧ୍ୟ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/bsf.jpg)