କେନ୍ଦ୍ର ମନରେଗା ଆଓ୍ଵାର୍ଡ ଟିମ୍‌ର ମାଥିଲି ଗସ୍ତ

ମାଥିଲି: କେନ୍ଦ୍ର ମନରେଗା ଆଓ୍ଵାର୍ଡ ଟିମ୍‌ ମାଥିଲି ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ଟିମ୍‌ର ମୁଖ୍ୟ ଡ. ସୀମାଦ୍ରି ସିହ୍ନାଙ୍କ ସହ ଟିମ୍‌ର ଅନ୍ୟ ସଦସ୍ୟ ମାନେ ପ୍ରଥମେ ମାଥିଲିରେ ପହଞ୍ଚି ହାଟପଦା ସାହିରେ ଗୋପି କଲାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଗୃହ ଦେଖିଥିଲେ। ସେଠାରୁ ଡିଆରଡିଏ ଓ ମାଥିଲି ବ୍ଲକ କର୍ମଚାରୀଙ୍କ ସହିତ ମିଶି ଦଳପତିଗୁଡା ପଞ୍ଚାୟତ ଅନ୍ତର୍ଗତ ଡାଇଗୁଡା ଯାଇଥିଲେ। ସେଠାରେ ଜଳ ବିଭାଜିକା ପ୍ରକଳ୍ପ ମାଧ୍ୟମରେ ହୋଇଥିବା ଶହେଟି ଜିଆ ଖତ ପଦ୍ଧତି ଓ କାଜୁ ପ୍ଲାଣ୍ଟେସନ ବୁଲି ଦେଖିଥିଲେ। ଶେଷରେ ଡାଇଗୁଡା ଗ୍ରାମରେ ଏକ ସଭାର ଆୟୋଜନ କରାଯାଇଥିଲା। ଗ୍ରାମବାସୀଙ୍କ ସହଯୋଗରେ ଜିଆ ଖତ ଓ କାଜୁ ରୋପଣ ପଦ୍ଧତିକୁ ଏହି ଟିମ୍‌ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଡି ଡିଆରଡିଏ ହର୍ଷଦ ଗାଭଲି, ମାଥିଲି ବିଡିଓ ଅଗସ୍ତି ପ୍ରଧାନ, ଏଇ ଏନ. ଦାସ, ଏପିଇସ ଉଚ୍ଛବ ଗିରି, ମାଥିଲି ପିଇଓ ଅଶୋକ ମହାରଣା, ଦଳପତିଗୁଡା ସରପଞ୍ଚ ଡମୁ ନାୟକ, ସୋସିଆଲ ଅଡିଟର ସୁବ୍ରତ ସାମଲ, ଏମ୍‌ସି ଶୁଭଲକ୍ଷ୍ମୀ ସାହୁ, ପ୍ରୋଗ୍ରାମ ଅଫିସର ସତ୍ୟ ଦାସଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର