ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ହଲଦୀକୁଣ୍ଡ ଗ୍ରାମରେ ଗତ ୧୫ ଦିନ ମଧ୍ୟରେ ଅଜଣା ରୋଗରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ନିକଟସ୍ଥ ଟିକଲଗୁଡା ଗ୍ରାମରେ ଅଜଣା ରୋଗରେ ୭ ବର୍ଷର ଶିଶୁର ମୃତ୍ୟୁ ହୋଇଯାଇଛି। ମୃତ୍ୟୁବରଣ କରିଥିବା ଶିଶୁର ନାମ ସଂନ୍ତୋଷ ପୋଡିଆମୀ ବୋଲି ଜଣାପଡିଛି।
ହଲଦୀକୁଣ୍ଡ ଗ୍ରାମରୁ ଏବେ ପାଖ ଗ୍ରାମକୁ ଏହି ଅଜଣା ରୋଗ ବ୍ୟାପିବାରେ ଲାଗିଛି। ଡାକ୍ତରୀ ଦଳ ଏବେ ଟିକଲଗୁଡ଼ା ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଆଗକୁ ଏହି ରୋଗ ଯେପରି ଅଧିକ ନବ୍ୟାପୁ ସେଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ଏହି ରୋଗରେ ପ୍ରଥମେ ଗୋଡ ଫୁଲୁଛି,ପରେ ଜ୍ୱର ହୋଇ ଲୋକେ ତିନି ଚାରି ଦିନରେ ମୃତ୍ୟୁବରଣ କରୁଛନ୍ତି। ଶିଶୁର ମୃତ୍ୟୁରେ ଗ୍ରାମରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/d9c489cc-64b6-407e-8cce-f59906e16808.jpg)