ବନ୍ଦ ହେଲା ବାଲ୍ୟ ବିବାହ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ବାଲ୍ୟ ବିବାହ ବନ୍ଦ ହେବାର ନା’ ଧରୁନାହିଁ। ସଚେତନତା କାର୍ଯ୍ୟକ୍ରମ ସତ୍ୱେ ଏହାର ପ୍ରଭାବ ଲୋକଙ୍କ ଉପରେ ପଡୁ ନଥିବା ଦେଖିବାକୁ ମିଳିଛି। ଯାହାର ସଦ୍ୟ ଉଦାହରଣ ଗତକାଲି ଦେଖିବାକୁ ମିଳିଥିଲା। ୨୨ ବର୍ଷୀୟ ଜଣେ ଯୁବତୀ ସହ ୧୭ବର୍ଷର ଜଣେ ନାବାଳକର ବିବାହ ପାଇଁ ପ୍ରସ୍ତୁତି ଚାଲିଲା। ଏହି ଖବର ପାଇ ଚାଇଲଡ଼ ଲାଇନ କର୍ମକର୍ତା ପହଞ୍ଚି ବିବାହକୁ ବନ୍ଦ କରିଥିଲେ। ଯୁବତୀଙ୍କ ଘର କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିବାଡ଼ା ପଞ୍ଚାୟତର ଏମପିଭି-୧୨୪ ଗ୍ରାମରେ ହୋଇଥିବା ବେଳ ନାବାଳକର ଘର ତେଲରାଇ ପଞ୍ଚାୟତ ଅନ୍ତର୍ଗତ ଏମଭି-୭୭ ଗ୍ରାମରେ। ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ବର୍ଷ ହେଲା ପ୍ରେମ ସଂପର୍କ ରହିଥିବା ବେଳେ ନାବାଳକ ଜଣଙ୍କ ଦୁଇଦିନ ହେଲା ଯୁବତୀକୁ ବିବାହ କରିବାକୁ କହି ଘରକୁ ନେଇ ଆସିଥିଲେ। ତେବେ ଏ ସଂପର୍କରେ ଚାଇଲଡ଼କୁ ଅଭିଯୋଗ ହେବାପରେ ଚଏମଭି-୭୭ ଗ୍ରାମରେ ଚଢାଉ କରି ଉଭୟଙ୍କୁ ଉଦ୍ଧାର ପରେ ସ୍ୱଧାର ଗୃହରେ ରଖିଥିବାର ଜଣାପଡ଼ିଛି। ଏନେଇ ନାବାଳକର ପରିବାର ଲୋକଙ୍କ ସହ ବି ଆଲୋଚନା କରାଯାଇଥିଲା। ପୁଅ ପ୍ରାପ୍ତ ବୟସ୍କ ହେବାପରେ ବିବାହ କରିବାକୁ ପରାମର୍ଶ ବି ଦିଆଯାଇଥିବା ଜଣାପଡିଛି। ଏହି ଚଢ଼ାଉରେ କାଲିମେଳା ଚାଇଲଡ ଲାଇନ ପକ୍ଷରୁ କେ. ମିସାଇଲ ରାଜୁ ଓ ତାଙ୍କ ଟିମ ସାମିଲ ଥିଲେ।

ସମ୍ବନ୍ଧିତ ଖବର