ନାବାଳିକା ବିବାହ ବନ୍ଦ କଲା ଶିଶୁ ସୁରକ୍ଷା ବିଭାଗ

କାଲିମେଳା: କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟମକୋଣ୍ଡା ପଞ୍ଚାୟତର ଏମଭି-୭୫ ଗ୍ରାମରେ ଚାଲିଥିବା ଏକ ନାବାଳିକା ବିବାହକୁ ବନ୍ଦ କରିଦେଇଛି ଶିଶୁ ସୁରକ୍ଷା ବିଭାଗ। ସେହି ଗ୍ରାମର ଜଣେ ୧୫ ବର୍ଷିଆ ନାବାଳିକା ସେହିଗ୍ରାମର ମହାରାଜ ବିଶ୍ୱାସଙ୍କ ପୁଅ ଅମ୍ରିତ ବିଶ୍ୱାସ ସହ ବାହାଘର ହେବାକୁ ଥିବାବେଳେ କାଲିମେଳା ଶିଶୁ ସୁରକ୍ଷା ବିଭାଗର କର୍ମଚାରୀମାନେ ଖବର ପାଇ ଏହି ବିବାହକୁ ବନ୍ଦ କରି ନାବାଳିକା ଜଣଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ।

କାଲିମେଳା ଶିଶୁ ସୁରକ୍ଷା ବିଭାଗର ମୁଖ୍ୟ କେ. ମିଶାଇଲ ରାଜୁଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ଆଇନ ପରାମର୍ଶ ଦାତା ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ। କାଲିମେଳା ଅଞ୍ଚଳରେ ଦିନକୁ ଦିନ ବାଲ୍ୟବିବାହ ବୃଦ୍ଧ ପାଉଥିବାବେଳେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ତତ୍ପରତା ଯୋଗୁଁ କେତେକାଂଶରେ ଏହି ବାଲ୍ୟବିବାହକୁ ରୋକା ଯାଇପାରୁଛି। ବାଲ୍ୟବିବାହ ରୋକିବା ପାଇଁ ଶିଶୁ ସୁରକ୍ଷା ବିଭାଗ ୧୦୯୮ ନମ୍ବରକୁ କଲ କରିବାକୁ ଜିଲ୍ଲା ସାରା ପୋଷ୍ଟର ଓ ବୈଠକ ମାଧ୍ୟମରେ ସଚେତନତା କରୁଥିବାରୁ ଧୀରେ ଧୀରେ ଲୋକମାନେ ଏହି ଟୋଲ ଫ୍ରି ନମ୍ବରକୁ କଲ କରି ବାଲ୍ୟ ବିବାହ ସଂପର୍କରେ ସୂଚନା ଦେଉଛନ୍ତି।

ସମ୍ବନ୍ଧିତ ଖବର