ମାଲକାନଗିରି: ମାଲକାନଗିରି ନିକଟସ୍ଥ ସିନ୍ଧ୍ରିମାଳ ନିକଟରେ ଜଣେ କଲେଜ ଛାତ୍ର ପେଟ୍ରୋଲ ଢାଳି ଆତ୍ମହତ୍ୟା କରୁଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ମାଲକାନଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଆଜି ସଂଧ୍ୟା ଠିକ ଆଠଟା ବେଳେ ଖବର ମିଳିଥିଲା ଯେ ସିନ୍ଧ୍ରିମାଳ ନିକଟରେ ଜଣେ ଯୁବକ ନିଆଁରେ ଜଳିଯାଉଛି। ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।ତେବେ ଏହା ପୂର୍ବରୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲେନସକୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିବାରୁ ମାଲକାନଗିରି ପୋଲିସର ସହାୟତାରେ ଛାତ୍ରଟିକୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରିଥିଲେ।ତେବେ ଛାତ୍ରଟିର ୯୦ ପ୍ରତିଶତ ଶରୀର ନିଆଁରେ ପୋଡିଯାଇଥିବା ଡାକ୍ତର ପ୍ରକାଶ କରିଥିଲେ।ତେବେ ଛାତ୍ର ଜଣକ ହେଲେ ମାଥିଲି ବ୍ଲକର ଧୁଙ୍ଗିଆପୁଟ ପଞ୍ଚାୟତର ବିପନପାଲ୍ଲୀ ଗ୍ରାମର ଘେନୁ ପୂଜାରୀଙ୍କ ପୁଅ ସୁରେନ୍ଦ୍ର ପୂଜାରୀ।ସୂରେନ୍ଦ୍ର ମାଲକାନଗିରି ଏକଲବ୍ୟ ମୋଡେଲ ବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀରେ ପାଠ ପଢୁଛନ୍ତି।ତେବେ କାହିଁକି ସେ ଏପରି ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଏହାର ତଦନ୍ତ କରୁଥିବା ଦେଖିବାକୁ ମିଳିଛି।ତେବେ ଏହା ପ୍ରେମ ଜନିତ ବୋଲି ସଂଦେହ କରାଯାଉଛି।ଘଟଣା ପରେ ସୁରେନ୍ଦ୍ରର ଭାଇ ମେଡିକାଲରେ ପହଞ୍ଚି ଭାଇର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।ତେବେ ସୁରେନ୍ଦ୍ର ଗୁରୁତର ରହିଥିବାରୁ ତାଂକୁ ତୁରନ୍ତ ବଡ ମେଡିକାଲକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଉଥିବା ଜଣାପଡିଛି।
ମାଲକାନଗିରି: ନିଅାଁରେ ପୋଡି କଲେଜ ଛାତ୍ର ଗୁରୁତର, ହସ୍ପିଟାଲରେ ଭର୍ତ୍ତି
/sambad/media/post_attachments/wp-content/uploads/2018/08/burn.jpeg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)