ମାଲକାନଗିରି: ମାଲକାନଗିରିଜିଲ୍ଲା କାର୍ଯ୍ୟାଳୟରେ ଆଜି ଉପମୁଖ୍ୟମନ୍ତ୍ରୀ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଲା ନନ୍ଦ ମଲ୍ଲିକ ଦୁଇ ଗୋଷ୍ଠୀକୁ ନେଇ ଶାନ୍ତି ଆଲୋଚନା କରିଛନ୍ତି। ତେବେ ଶାନ୍ତି ଆଲୋଚନାରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କୁ ଉପେକ୍ଷା କରାଯାଇଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଗର୍ଜନ କରିଛି।

Advertisment

ବିଧାୟକ ଶ୍ରୀ ଖିଲ ଅଭିଯୋଗ କରିଥିଲେ ଯେ ଏମଭି-୨୬ ତାଙ୍କ ନିର୍ବାଚନ ମଣ୍ଡଳୀରେ ଆସୁଛି। ଏହି ଶାନ୍ତି ଆଲୋଚନାରେ ତାଙ୍କୁ ନଡାକିବା ଦୁଃଖର ବିଷୟ। ଜିଲ୍ଲାପାଳ ଜାଣିଶୁଣି ଏଭଳି କରିଥିବା କହିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟକୁ ସେ ନିନ୍ଦା କରିଥିଲେ। ତୁରନ୍ତ ଜିଲ୍ଲାପାଳଙ୍କ ବଦଳି ଦାବି କରିଥିଲେ। ସେ ମୃତ ଲାକେ ପୋଡ଼ିଆମୀଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଦେବା ସହ ଏମଭି-୨୬ ନମ୍ବର ଗାଁରେ ହୋଇଥିବା ଘଟଣାର କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ଦେବାକୁ ସେ ଦାବି କରିଥିଲେ। ସେ ଶାନ୍ତି ବୈଠକରେ ମଧ୍ୟ ଏହି ଦାବି ଉପସ୍ଥାପନା କରିଥାନ୍ତେ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: Malkangiri Violence: ମାଲକାନଗିରି ହିଂସା: ପୁଣି ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା

ବିଧାୟକଙ୍କ ଚେତାବନୀ

ବିଧାୟକ କହିଛନ୍ତି, ମୁଁ ଉପ ମୁଖ୍ୟମନ୍ତ୍ରୀ ଓ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଆସିଥିବା ଜାଣି ନାହିଁ। କୌଣସି ପ୍ରଶାସନିକ ଅଧିକାରୀ ମଧ୍ୟ ତାଙ୍କୁ ଜଣାଇ ନାହାନ୍ତି। ଆଗାମୀ ଦିନରେ ଜିଲ୍ଲାପାଳଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଠପ କରାଯିବା ସହ ଜିଲ୍ଲା ବନ୍ଦ କରି ଦିଆଯିବ। ତାଙ୍କ ଅଞ୍ଚଳ ଘଟଣାକୁ ସେ ଠିକ ଭାବେ ଆଲୋଚନା କରିପାରିଥାନ୍ତେ। କଂଗ୍ରେସ ଆଗାମୀ ଦିନରେ ଏହାର କଡା ଜବାବ ଦେବ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଜି ଶ୍ରୀନିବାସ ରାଓ, ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର, ପଦ୍ମ ରଞ୍ଜନ ପାଙ୍ଗି, ବିନାୟକ ପାତ୍ର, ଇର୍ମା ପୋଡ଼ିଆମୀ, ସରୋଜ ପାତ୍ର, ପ୍ରାଣ କୃଷ୍ଣ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: Police-Maoist clash: କନ୍ଧମାଳରେ ପୁଣି ପୁଲିସ-ମାଓବାଦୀ ମୁହାଁମୁହିଁ: ସିଲ୍‌କସୁଗା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ରିପୋର୍ଟ: ପ୍ରେମେନ୍ଦ୍ର ପରିଚ୍ଛା