ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ଦୋରନାପାଲ ନିକଟରେ ଜଣେ ଠିକାଦାରକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। ଠିକାଦାରକୁ ହତ୍ୟା କରିବା ପରେ ଶବ ରାସ୍ତା କଡରେ ଫିଙ୍ଗି ଦେଇ ଚାଲି ଯାଇଛନ୍ତି। ସୂଚନା ଅନୁଯାୟୀ, ପୋଲମପାଲୀ ଥାନା ଅଂଚଳରେ କପୁରଚନ୍ଦ ରାଜପୁତ ନାମକ ଜଣେ ଠିକାଦାର ରାସ୍ତା କାମ କରୁଥିଲେ। ଗତକାଲି ରାତିରେ କପୁର ଚନ୍ଦ କାମ ସାରି ନିଜ ଘରକୁ ଫେରିବା ସମୟରେ ଗୋରଗୁଣ୍ଡା ନିକଟରେ ନକ୍ସଲ ତାଙ୍କୁ ଅପହରଣ କରିନେଇଥିଲେ। ତାଂକ ମୁହଁରେ କପଡା ବାନ୍ଧିବା ସହ ହାତକୁ ମଧ୍ୟ ବାନ୍ଧି ଦେଇଥିଲେ। ଏହି ଘଟଣାଟି ବିଏସଏଫ କ୍ୟାମ୍ପ ଠାରୁ ମାତ୍ର ଅଧା କିଲୋମିଟର ଦୂରରେ ଘଟିଛି। ସକାଳେ ରାସ୍ତା ଉପରେ ଠିକାଦାରଙ୍କ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକେ ପ୍ରଥମେ ଦେଖିବାକୁ ପାଇଥିଲେ। ତୁରନ୍ତ ଏନେଇ ପୁଲିସକୁ ଖବର ଦେବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନକ୍ସଲ କପୁରଚନ୍ଦଙ୍କ ମୁହଁରେ ଧାରୁଆ ଅସ୍ତ୍ରରେ ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିବା ଜଣାପଡ଼ିଛି। ତେବେ କପୁରଚନ୍ଦଙ୍କ ସହ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ କୌଣସି କ୍ଷତି ନକରି ନକ୍ସଲ ଛାଡ଼ି ଦେଇଛନ୍ତି। ଯାହାକୁ ନେଇ ସନ୍ଦେହ ସହ ବହୁ ପ୍ରଶ୍ନ ଉଠିଛି। ପୁଲିସ ସେହି ବ୍ୟକ୍ତିଙ୍କୁ ଥାନାକୁ ନେଇ ପଚରା ଉଚୁରା ଆରମ୍ଭ କରିଛି। ଏହି ଘଟଣା ପରେ ବିଏସଏଫ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ସୂଚନା ମିଳିଛି।
ଠିକାଦାରଙ୍କୁ ହତ୍ୟା କଲେ ନକ୍ସଲ
/sambad/media/post_attachments/wp-content/uploads/2018/07/malk-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)