ମାଲକାନଗିରି: ବାତ୍ୟା ‘ଅସାନୀ’ ଦୁର୍ବଳ ହୋଇଥିଲେ ବି ମାଲକାନଗିରିରେ ଏହି ବାତ୍ୟାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। ବୁଦବାର ସକାଳୁ ବର୍ଷା ଲାଗି ରହିଛି। ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବ୍ଲକ୍ ପ୍ରଶାସନ ପକ୍ଷରୁ ବାତ୍ୟାର ପ୍ରାକ୍ ପ୍ରସ୍ତୁତି ସରିଯାଇଛି। ବାତ୍ୟାର ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ୧୦ଟି ଟିମ୍ ଓ ୨ଟି ଓଡ୍ରାଫ୍ ଟିମ୍କୁ ମାଲକାନଗିର ଓ କାଲିମେଳାରେ ଅବସ୍ଥାପିତ କରାଯାଇଛି।
ସମସ୍ତ ଜିଲ୍ଲା ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକ୍ର ଦାୟିତ୍ବ ଦିଆଯାଇଛି। ବିଭିନ୍ନ ବ୍ଲକର ବିଡିଓ ଏବଂ ତହସିଲଦାରଙ୍କୁ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ତୁରନ୍ତ ଓଡ୍ରାଫ୍ ଟିମ୍କୁ ଏଠାରେ ପହଞ୍ଚିବାକୁ ଆର୍ଲଟ କରାଯାଇଛି। ଗର୍ବବତୀ ଏବଂ ଅସହାୟ ଲୋକଙ୍କ ସମେତ ତଳିଆ ଅଞ୍ଚଳର ଲୋକମାନଙ୍କୁ ଅସ୍ଥାୟୀ ଗୃହକୁ ସ୍ଥାନାନ୍ତରିତ କରାଯାଉଛି। ବାତ୍ୟା ଆଶ୍ରୟସ୍ଥଳୀରେ ଖାଦ୍ୟ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ୍ ଅଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ୍କୁ ଛୁଟି ଘୋଷଣା କରାଯାଇଛି।
/sambad/media/post_attachments/wp-content/uploads/2022/05/041cd739-8440-4cab-805d-54617bbb63e3-300x135.jpg)
ଜିଲ୍ଲାପାଳ ବିଶାଲ ସିଂହ ନିଜେ ସମସ୍ତ ସ୍ଥିତିକୁ ନଜର ରଖିଛନ୍ତି। କୌଣସି ଅଘଟଣ ଘଟିଲେ ତୁରନ୍ତ ଜଲ୍ଲା ପ୍ରଶାସନକୁ ଜଣାଇବାକୁ କୁହାଯାଇଛି। ମାଲକାନଗିରିରେ ବାତ୍ୟାର ପ୍ରଭାବ କେତେ ପଡ଼ିବ ତାହା ଜଣାପଡ଼ିନଥିବା ବେଳେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ କିନ୍ତୁ ଆଗୁଆ ସଜାଗ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/ef390945-962f-46b2-b4f6-1015df119d1a.jpg)