ପୋଖରୀରୁ ହାତଗୋଡ ବନ୍ଧା ଶବ ଉଦ୍ଧାର, ହତ୍ୟା ସନ୍ଦେହ

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୨୨ ନିକଟସ୍ଥ ଆମ୍ବଗଛିଗୁଡା ଗ୍ରାମ ପୋଖରୀରୁ ଆଜି ହାତଗୋଡ ବନ୍ଧା ହୋଇଥିବା ଜଣେ ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ସନ୍ଦେହ କରୁଛି । ମିଳିଥିବା ସୂଚନା ଅନୁଯାୟୀ କୋରକୋଣ୍ଡା ବ୍ଲକ କାଲାଗୁଡା ଗ୍ରାମର ଚୈତନ୍ୟ ନାୟକ ନାମକ ଜଣେ ବ୍ୟକ୍ତି ଗତ ମଙ୍ଗଳବାର ଠାରୁ ନିଖୋଜ ରହିଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବି ତାଙ୍କର କୌଣସି ପତ୍ତା ମିଳୁନଥିଲା। ଆଜି ତାଙ୍କ ଶବ ଏକ ପୋଖରୀରେ ହାତଗୋଡ ବନ୍ଧା ହୋଇ ଭାସୁଥିବା ଦେଖିବାକୁ ମିଳିଥିଲା । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚୈତନ୍ୟକୁ ହତ୍ୟା କରାଯାଇଥାଇ ପାରେ ବୋଲି ସଂଦେହ କରାଯାଉଛି। ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ଏହା ଏକ ହତ୍ୟାକାଣ୍ଡ ବୋଲି ପ୍ରକାଶ କରିଛନ୍ତି । ତଦନ୍ତ ଆରମ୍ଭ ହୋଇଥିବା ବେଳେ ଚୈତନ୍ୟଙ୍କୁ କେଉଁ କାରଣରୁ ହତ୍ୟା କରାଯାଇଛି ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର