ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସର୍ଚ୍ଚ ଅପରେସନ ବେଳେ ସିଆରପିଏଫ ଯବାନ ୮ ଜଣ ନକ୍ସଲଙ୍କୁ ଗିରଫ କରିଛନ୍ତି।  ଯବାନମାନଙ୍କୁ ଦେଖି ଏହି ମାଓବାଦୀ ଦଳ ଖସିଯିବାକୁ ଉଦ୍ୟମ କରିଥିଲେ। ସେମାନେ ଦୌଡ଼ି ପଳାୟନ କରୁଥିବା ବେଳେ ଯବାନମାନେ ଦୌଡ଼ିଦୌଡ଼ି ଧରିଥିଲେ।

Advertisment

ସିଆରପିଏଫ୍‌ ଏବଂ ଡିଆର୍‌ଜି ଯବାନ ପୁତକେଲ ଏବଂ ପୋଲମପାଲି ରାସ୍ତାରେ ସର୍ଚ୍ଚ ଅପରେସନ କରୁଥିବା ବେଳେ କିଛି ସନ୍ଦିଗ୍ଧ ବ୍ୟକ୍ତି କିଛି ଜିନିଷ ଧରି ଯବାନଙ୍କୁ ଦେଖି ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲେ। ଯବାନ ତୁରନ୍ତ ସେହି ଅଂଚଳକୁ ଘେରି ସମସ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ସମସ୍ତେ ମାଓ ସଂଗଠନ ସହ ଜଡ଼ିତ ଥିବା ସ୍ବୀକାର କରିଥିଲେ। 

ଗିରଫ ମାଓବାଦୀମାନେ ହେଲେ ୨ ଲକ୍ଷ ପୁରସ୍କାର ଘୋଷିତ ସିଏନ୍‌ଏମ୍‌ ସଦସ୍ୟ କୋସା ସୋଡ଼ି(୨୮), ୫୦ ହଜାର ପୁରସ୍କାର ଘୋଷିତ ସିଏନ୍‌ଏମ୍‌ ସଦସ୍ୟ ଜୟ ସିଂ ମାଣ୍ଡବୀ(୨୫), ୫୦ ହଜାର ଘୋଷିତ ମାଡକମ ନନ୍ଦା(୨୮), ମିଲିସିଆ ସୋଡ଼ି ହିଡମା(୨୨), ମୁଚାକୀ ବୁଦୁରା(୩୩), ମାଡବୀ ରାଜୁ(୨୩), ମାଡ଼ବୀ ହିଡମା(୨୪) ଏବଂ ଦେବା ମାଡବି(୨୯)। ଏମାନଙ୍କ ଠାରୁ ଯବାନ ଟିଫିନ ବୋମା, ବିସ୍ଫୋରକ, ଜିଲୋଟିନ, ବିଦ୍ୟୁତ ତାର ସମେତ ପ୍ରଚାର ପ୍ରସାର କାଗଜ ପତ୍ର ଇତ୍ୟାଦି ଜବତ କରାଯାଇଛି। ତୁରନ୍ତ ଯବାନ ଏହି ୮ ଜଣ ନକ୍ସଲଙ୍କୁ ପୁଲିସର ଜିମା ଦେଇଥିଲେ। 

Malkangiri | maoists