ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ। ଗତ ଦୁଇ ଦିନ ତଳେ ମାଲକାନଗିରିରେ ଜନୈକ ନାବାଳିକାକୁ ୫ ଘଣ୍ଟା ମଧ୍ୟରେ ଦୁଇ ଦୁଇ ଥର ଗଣଦୁଷ୍କର୍ମର ଶିକାର ହେବାକୁ ପଡିଥିଲା। ଏହାକୁ ନେଇ ବିଜେଡି ଓ କଂଗ୍ରେସ ତରଫରୁ ଏହାର ଉଚିତ ତଦନ୍ତ କରିବା ପାଇଁ ଦାବି କରାଯାଇଥିବା ବେଳେ ବିରୋଧୀ ସରକାରଙ୍କୁ ଘେରିଥିଲେ। ଆଜି ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ପୂର୍ବତନ ସାଂସଦ ତଥା ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି,ପୂର୍ବତନ ସାଂସଦ ପ୍ରଦୀପ ମାଝି ସମେତ ଜିଲ୍ଲାର ସଭାପତି ମାନସ ମାଡକାମୀ ଥିଲେ।

Advertisment

ମେଡିକାଲରେ ଚିକିତ୍ସିତ ହେଉଥିବା ପୀଡିତାଙ୍କୁ ଭେଟି ଫ୍ୟାକ୍ଟ ଫାଇଣ୍ଡିଂ ଟିମ ସମସ୍ତ ରିପୋର୍ଟ ରେକର୍ଡ କରିଥିଲେ। ମେଡିକାଲ କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରି କିପରି ପୀଡିତାଙ୍କୁ ଉଚିତ ଚିକିତ୍ସା ମିଳବ ସେନେଇ ସ୍ପଷ୍ଟ କରିଥିଲେ। ଏହାକୁ ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ ବୋଲି କୁହାଯାଇଛି। ପରେ ପ୍ରଦୀପ ମାଝୀ ଓ ରମେଶ ମାଝୀ ସାମ୍ବାଦିକଙ୍କୁ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ନେଇ ଆସନ୍ତାକାଲି ଡିଆଇଜି ଅଫିସ ଘେରାଉ କରିବେ ବୋଲି ଚେତାବନୀ ଦେଇଥିଲେ। ବର୍ତ୍ତମାନର ସରକାରରେ ରାଜ୍ୟରେ ମହିଳା ସୁରକ୍ଷିତ ନାହାନ୍ତି। ଯାହାକୁ ନେଇ ଆମେରିକା ମଧ୍ୟ ସ୍ପଷ୍ଟ କରିଛି ଯେ ଓଡ଼ିଶାରେ ମହିଳା ସୁରକ୍ଷିତ ନାହାନ୍ତି।

ଡବଲ ଇଞ୍ଜିନ ସରକାର ମହିଳାଙ୍କୁ ସମ୍ମାନ ଓ ସୁରକ୍ଷା ଦେଉଥିବା ନେଇ ଯେଉଁ ଡିଣ୍ଡିମ ପିଟୁଛନ୍ତି। ତାହା ରାଜ୍ୟରେ ଗୋଟିଏ ପରେ ଗୋଟିଏ ଘଟଣା ସ୍ପଷ୍ଟ କରୁଛି ବୋଲି କହିଥିଲେ। ଆଗାମୀ ଦିନରେ ଜିଲ୍ଲାରେ ଏନେଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଦୁଇ ମାଝି ଚେତାବନୀ ଦେଇଥିଲେ। ମାଲକାନଗିରି ଭଳି ଶାନ୍ତ ଜିଲ୍ଲାରେ ଏହା ପ୍ରଥମ ଘଟଣା। ପୀଡିତାଙ୍କୁ ଭେଟିବା ସମୟରେ ବିଜେଡିର ମନୋଜ ବାରିକ,ରବି କୁମାର,ଘନଶ୍ୟାମ ମାଡକାମୀ,ଡମ୍ବରୁ ବାଗ,ରାହୁଲ ରାଓ ପ୍ରମୁଖ ଉପସ୍ଥିତ ଥିଲେ।