ମାଲକାନଗିରି: ମଦ୍ୟପାନ କରିଥିବା ବ୍ୟକ୍ତି କିଭଳି କାଣ୍ଡ କରିପାରେ ଏହାର ଜ୍ୱଳନ୍ତ ଉଦାହରଣ ଗୁରୁବାର ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ପଡ଼ିଆ ଥାନା ଅନ୍ତର୍ଗତ ମୁଟେରୁ ଗ୍ରାମପଞ୍ଚାୟତ ଅଧିନ ସଲାକୋଟା ନିବାସୀ ଭୀମା କୁଞ୍ଜାମୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ପୁଅ ସୁରେଶ କୁଞ୍ଜାମୀ(୨୫)କୁ ମଦପାନ ନକରିବା ପାଇଁ କହିବାରୁ ଜୀବନ ଯାଇଛି।
ପୁଲିସ କହିବା ଅନୁସାରେ ମଦ୍ୟପାନ କରି ସୁରେଶ ଆଜି ଘରକୁ ଆସିଥିଲା। ବାପା ତାଗିଦ କରିବାରୁ କିଛି ସମୟ ଯୁକ୍ତିତର୍କ ହୋଇଥିଲା। ଫଳରେ ଉତ୍ୟକ୍ତ ଯୁବକ ସୁରେଶ ଘର ଭିତରୁ ଏକ ଦାଆ ଆଣି ପିତାଙ୍କ ବେକକୁ ହାଣିଥିଲା। ପରିବାରର ସମସ୍ତ ଲୋକ ଘଟଣାକୁ ଦେଖି ମଧ୍ୟ କିଛି କରି ପାରି ନଥିଲେ। ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ୨ଖଣ୍ଡ ଜବତ କରିଛି। ଅଭିଯୁକ୍ତ ସୁରେଶ ଫେରାର ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/crime-268900_960_720.jpg)