ବିଦ୍ୟୁତ ଆଘାତରେ ୫ ଗାଈଗୋରୁଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ବ୍ଲକର ଏମଭି-୧୨୭ ଗ୍ରାମ ନିକଟରେ ଏକ କେନାଲ ନିକଟରେ ବିଦ୍ୟୁତ ଆଘାତରେ ୫ଟି ଗାଈଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଗ୍ରାମ ନିକଟସ୍ଥ ଏକ କେନାଲ ପାଖରେ ବିଦ୍ୟୁତ ତାର ଛିଣ୍ଡି ହୋଇ ପଡିଥିବା ବେଳେ ଏହି ତାର ସଂସ୍ପର୍ଶରେ ଗାଈମାନେ ଆସି ମୃତ୍ୟୁବରଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଗତ ଦିନରେ ମଧ୍ୟ ଏହି ଅଂଚଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କିଛି ଗାଈ ମୃତ୍ୟୁବରଣ କରିଥିବା ଜଣାପଡିଛି। ତେବେ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଏଭଳି ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବାରମ୍ବାର ଏଭଳି ଘଟୁଥିବା ବେଳେ ଏଥିରେ ମଣିଷର ମଧ୍ୟ ମୃତ୍ୟୁ ହେବା ଅସମ୍ଭବ ନୁହେଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରଂଜିତ ମଣ୍ଡଳଙ୍କର ଗୋଟିଏ ବଳଦ, ବିଷ୍ଣୁ ମାଳି, ମନୋରଂଜନ ମଣ୍ଡଳ, ନିର୍ମଳ ସୁମତଦାର ଏବଂ ଅଭିମନ୍ୟୁ ମାକାଲଙ୍କର ଗୋଟିଏ ଲେଖାଏଁ ଗାଈର ମୃତ୍ୟୁ ହୋଇଛି। ଏନେଇ ଏମଭି-୭୯ ଥାନାରେ ଏତଲା ଦାୟର କରାଯାଇଥିବା ଜଣାପଡିଛି। ଗ୍ରାମର କିଛି ଦୂରରେ ବିଦ୍ୟୁତ ବିଭାଗର କାର୍ଯ୍ୟାଳୟ ରହିଥିଲେ ମଧ୍ୟ ସେମାନଙ୍କ ପାଖରେ କୌଣସି ସୂଚନା ନଥିବା ଜଣାପଡିଛି। ଏନେଇ ବିଦ୍ୟୁତ ବିଭାଗ ନିର୍ବାହୀ ଅଧିକାରୀ ଭଗବାନ ପ୍ରଧାନଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ସରକାରଙ୍କ ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର