ମାଲକାନଗିରି: ସର୍ଚ୍ଚ ଅପରେସନ ବେଳେ ୩ ମହିଳା ସମେତ ୫ ମାଓବାଦୀ ଗିରଫ

ମାଲକାନଗିରି: ଛତିଶଗଡ଼ ପୁଲିସର ସର୍ଚ୍ଚ ଅପରେସନ ବେଳେ ଶନିବାର ୫ଜଣ ମାଓବାଦୀ ଗିରଫ ହୋଇଛନ୍ତି। ଏଥିରେ ୩ଜଣ ମହିଳା ମାଓବାଦୀ ସାମିଲ ଅଛନ୍ତି ବୋଲି ନାରାୟଣପୁର ପୁଲିସ କହିଛି। ମିଳିଥିବା ସୂଚନା ଅନୁସାରେ, ଜଙ୍ଗଲରେ ମାଓବାଦୀମାନଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ ପକ୍ଷରୁ ତନଖି କରାଯାଇଥିଲା। ପୁଲିସର ଅପରେସନ ବେଳେ  ମାଓବାଦୀମାନେ ଗୁଳି ଚଳାଇ ଥିଲେ ଓ ପୁଲିସ ଏହାର ଜବାବ ଦେଇଥିଲେ। ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଘଟଣାସ୍ଥଳରୁ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ ହେବା ସହିତ ୫ ମାଓବାଦୀ ଗିରଫ ହୋଇଛନ୍ତି।

ସୂଚନାଯୋଗ୍ୟ, ଛତିଶଗଡ଼ ଓ ମାଲକାନଗିରି ସୀମାରୁ ଶୁକ୍ରବାର ମଧ୍ୟ ଜଣେ ମହିଳା ମାଓବାଦୀ ସମେତ ୧୨ ଜଣ ମାଓବାଦୀ ଗିରଫ ହୋଇଛନ୍ତି। ଛତିଶଗଡ଼ର ଭୈରବଗଡ଼ ଅଞ୍ଚଳରୁ ଏମାନେ ଗିରଫ ହୋଇଛନ୍ତି। ବିଶେଷ ସୂଚନା ମିଳିବା ପରେ ଛତିଶଗଡ଼ ପୁଲିସ ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଚଳାଯାଇଥିଲା। ମିଳିତ ଅପରେସନ ବେଳେ ମାଓବାଦୀମାନେ ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର