ଗଂଜେଇ ଜବତ,୪ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ପୋଲିସ ଦ୍ୱାରା ୧ କ୍ୱିଣ୍ଟାଲ ଗଂଜେଇ ଜବତ ସହ ୪ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଗତକାଲି ରାତିରେ ମୁଦୁଲିପଡା ଥାନା ଅଧିକାରୀ ଯୁଗଳ ଶବରଙ୍କ ନେତୃତ୍ୱରେ ପାଟ୍ରୋଲିଂ କରାଯାଉଥିଲା। ଏହି ସମୟରେ ଏମଏଚ-୦୩-୨୩୭୦ ନମ୍ବର ବିଶିଷ୍ଟ ଏକ ଫିଆଟ କାରକୁ ପୋଲିସ ସର୍ଚ୍ଚ ଅପରସେନ କରୁଥିବା ବେଳେ କାରରୁ ୧ କ୍ୱିଣ୍ଟାଲ ୨ କିଲୋ ଗଂଜେଇ ମିଳିଥିଲା। ଗଂଜେଇ ଚାଲାଣ କରୁଥିବା ମହାରାଷ୍ଟ୍ରର ଅଜୟ ସୁନୀଲ ରାଓ ସିନ୍ଧେ, ଧୀରଜ ସୁମିତ ରାଓ ୱାଙ୍ଖଡେ,ଅମର ପ୍ରଭାକର ପାଟିଲ ଏବଂ ନନ୍ଦନ ମହା କଳାକାରଙ୍କୁ ଗିରଫ କରାଯାଇଛି। ଏମାନେ ବାଲିମେଳାରୁ ଗଂଜେଇ ଆଣି ମହାରାଷ୍ଟ୍ରକୁ ନେଉଥିବା ସ୍ୱୀକାର କରିଥିଲେ। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର