ମାଲକାନଗିରି: ଗତ ଅକ୍ଟୋବର ୭ରେ କୁରୁବ ଗ୍ରାମର ଡମ୍ବରୁ ନାଏକ ହତ୍ୟା ମାମଲା ସହିତ ଜଡ଼ିତ ୪ ମାଓବାଦୀଙ୍କୁ ରବିବାର ମାଲକାନଗିରି ପୁଲିସ ଗିରଫ କରିଥିବା ଜଣାପଡ଼ିଛି। କାଲିମେଳା ଦଲନର ମାଓବାଦୀ ସଙ୍ଗଠନର କମାଣ୍ଡର ରଣଦେବ ନେତୃତ୍ୱରେ ଡମ୍ବରୁଙ୍କୁ ହତ୍ୟା କରାଯାଇଥିଲା। ପୁଲିସ ଇନଫରମର୍ ସନ୍ଦେହରେ ଡମ୍ବରୁ ନାଏକଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ଡମ୍ବରୁ ବାସ୍ତବରେ ପୁଲିସ ଇନଫରମର୍ ନଥିଲେ ବୋଲି ପୁଲିସ କହିଛି। ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିବା ପାଇଁ ମାଓବାଦୀମାନେ ଏଭଳି କାଣ୍ଡ ଭିଆଇ ଥିଲେ ବୋଲି ପୁଲିସ କହିଛି। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଜୀବନକୁ ଭୟ ଥିବାରୁ ମାଓବାଦୀଙ୍କ ନାମକୁ ପୁଲିସ କହିନାହିଁ।
ମାଲକାନଗିରି ପୁଲିସ ଦ୍ୱାରା ୪ ମାଓବାଦୀ ଗିରଫ
/sambad/media/post_attachments/wp-content/uploads/2017/10/malkangiri-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)