ଛତିଶଗଡ଼ରେ ପୁଲିସ-ନକ୍ସଲ ଗୁଳିବିନିମୟ: ୪ ଯବାନ ସହିଦ, ୧୧ ଗୁରୁତର

ମାଲକାନଗିର: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ବୁଧବାର ଗୁଳିବିନିମୟ ହୋଇଛି। ଏଥିରେ ୪ ଜଣ ଯବାନ ସହିଦ ହୋଇଥିବା ବେଳେ ୧୧ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ ଇରାନପାରା ଜଂଗଲରେ ଗତ ଦୁଇ ଦିନ ହେଲା ଜିଲ୍ଲା ପୋଲିସ, ଡିଆରଜି, ଏସଟିଏଫ ଏବଂ ସିଆରପିଏଫର ଯବାନ କୁମ୍ବିଂ ଅପରେସନ୍‌ କରୁଥିଲେ। ଆଜି ଅପରାହ୍ନରେ ଯବାନ ନକ୍ସଲ ଆମ୍ବୁସରେ ଫସିଯାଇଥିଲେ। ଯହାଫଳରେ ନକ୍ସଲ ଯବାନଙ୍କ ଉପରେ ଆତର୍କିତ ଆକ୍ରମଣ କରିଦେଇଥିଲେ। ଘଟଣାସ୍ଥଳରେ ୪ ଜଣ ଯବାନ ସହିଦ ହୋଇଯାଇଥିଲେ। ଖବର ପାଇ ତୁରନ୍ତ ଆଇଜି ବିବେକାନନ୍ଦ ଏବଂ ଡିଆଇଜି ରତନଲାଲ ଡାଙ୍ଗି ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ମୃତ ଯବାନଙ୍କ ଶବକୁ ହେଲିକେପ୍ଟର ଯୋଗେ ଜିଲ୍ଲା କାର୍ଯ୍ୟାଳୟକୁ ଅଣାଯାଉଛି। ସେହିପରି ଆହତମାନଙ୍କୁ ମଧ୍ୟ ରାୟପୁରସ୍ଥିତ ପଣ୍ଡିତ ଜବାହାରଲାଲ ନେହେରୁ ସ୍ମାରକୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବା ପୋଲିସ କହିଛି। ତେବେ ନୂତନ ବର୍ଷରେ ଏହା ସୁରକ୍ଷାକର୍ମୀଙ୍କ ବଡ ବିଫଳତା ବୋଲି କୁହାଯାଉଛି। ଛତିଶଗଡରେ ଗତ ମାର୍ଚ୍ଚ-ଏପ୍ରିଲରେ ହିଁ ଯବାନ ସହିଦ ହୋଇଥିଲେ। ସେବେ ସେହିଦନ ଠାରୁ ପୁଲିସ ଉପରେ ନକ୍ସଲ କୌଣସି ଆକ୍ରମଣ କରିପାରୁନଥିଲେ। ତେବେ ପୁଲିସକୁ ବଡ ଝଟକା ଲାଗିଥିବା ଜଣାପଡିଛି। ବର୍ତ୍ତମାନ ମଧ୍ୟ ଏହି ଅଂଚଳରେ କୁମ୍ବିଂ ଜୋରଦାର ଚାଲିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର