ଗଞ୍ଜେଇ ଜବତ

ମାଲକାନଗିରି: ମାଲକାନଗିରି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗୋଟିଏ ପିକ୍‌ଅପ୍‌ ଭ୍ୟାନ ସହ ୫୫୦କିଲୋ ଗଂଜେଇ ଜବତ କରାଯାଇଛି। ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ନିର୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ତତ୍ତ୍ୱାବଧାନରେ ଗୋବିନ୍ଦପାଲ୍ଲୀ ଠାରେ ଏହି ଚଢାଉ କରି କରାଯାଇଥିଲା। ବିଶେଷ ସୂତ୍ରରୁ ଖବର ମିଳିଥିବା ଯେ ପଣସ ବୋଝେଇ ପିକଅପ୍‌ ଭ୍ୟାନରେ ଗଂଜେଇ ଚାଲାଣ ହେଉଛି। ଅବକାରୀ ବିଭାଗ କର୍ମଚାରୀ ଗୋବିନ୍ଦପାଲ୍ଲୀ ଗେଟ ନିକଟରେ (ଓଡି-୧୦-ଇ-୬୬୬୮) ପିକ୍‌ଅପ ଭ୍ୟାନକୁ ଅଟକାଇ ଯାଞ୍ଚ କରିଥିଲେ। ସେଥିରୁ ୫୫୦କିଲୋ ଗଞ୍ଜେଇ ବାହାରିଥିବା ବେଳେ ଡ୍ରାଇଭର ସାଧୁରାମ ଖିଲ ଖସିଯିବାରେ ସଫଳ ହୋଇଛି। ଜବତ ପିକ୍‌ଅପ୍‌ ଭ୍ୟାନ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡପଦର ଗ୍ରାମର ସୁବାସ ଗଲୋରୀଙ୍କର ବୋଲି ଜଣାପଡିଛି। ଜବତ ଗଂଜେଇର ମୂଲ୍ୟ ପ୍ରାୟ ୨୮ ଲକ୍ଷ ଟଂକାର ହେବ।

ସମ୍ବନ୍ଧିତ ଖବର