ଗଂଜେଇ ଜବତ,୨ ଗିରଫ

ମାଲକାନଗିର/ଚିତ୍ରକୋଣ୍ଡା,: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସ ଆଜି ଗଂଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ପୁଲିସ ବାଲିମେଳା ରୋଡରେ ଦ୍ରୁତ ଗତିରେ ଯାଉଥିବା ଦୁଇଟି ମଟର ସାଇକେଲକୁ ଅଟକାଇ ଯାଞ୍ଚ କରିଥିଲା। ଉଭୟ ବାଇକରେ ପ୍ରାୟ ୪୩ କିଲୋ ଗଂଜେଇ ଚୋରା ଚାଲାଣ କରାଯାଉଥିଲା। କାଲିମେଳା ଅଂଚଳର ଦୁଇ ଅଭିଯୁକ୍ତ ଏହି ଗଂଜେଇକୁ ଚିତ୍ରକୋଣ୍ଡାରୁ କାଲିମେଳା ଅଂଚଳକୁ ନେଉଥିବା ସ୍ବୀକାର କରିଥିଲେ। ପୁଲିସ ଦୁଇ ଜଣକୁ ଗିରଫ କରି ପଚରାଉଚରା କରୁଥିଥିବା ବେଳେ ବାଇକ ଦୁଇଟିକୁ ଜବତ କରିଛି। କିଛି ଦିନର ନିରବତା ପରେ ପୁଲିସ ପୁଣି ଗଂଜେଇ ଚୋରା ଚାଲାଣ ରୋକିବାକୁ ଚଢ଼ାଉ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର