ଗଂଜେଇ ଜବତ,୩ ଗିରଫ

ମାଲକାନଗିରି/ପଡିଆ : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଡିଆ ପୁଲିସ ଗତକାଲି ରାତିରେ ୧୬୨ କିଲୋ ଗଂଜେଇ ଜବତ କରିବା ସହ ୩ ଜଣକୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତକାଲି ରାତିରେ ପୁଲିସ ଏସଆଇ ସୁଶାନ୍ତ କୁମାର କିଷାନ, ହାବିଲଦାର ସନନ୍ଦ କାଲୋ, ହୋମଗାର୍ଡ ଜବାହାରଲାଲ ନାଗ ପ୍ରମୁଖ ପାଟ୍ରୋଲିଂ କରୁଥିବା ବେଳେ ଗୋଟିଏ ଟ୍ରକ (ଏମଏଚ ୦୪ଡିଏସ ୬୦୨୪)କୁ ଅଟକାଇ ଯାଞ୍ଚ କରିଥିଲେ। ସେଥିରୁ ୬ଟି ବସ୍ତାରେ ୧୬୨ କିଲୋ ଗଂଜେଇ ରହିଥିବା ଦେଖିବାକୁ ମିଳିଥିଲା। ଏହାପରେ ଗାଡିକୁ ନେଇ ଯାଉଥିବା ଅବଦୁଲ ଖଲିଲ, ହବିବ ସାହା ଏବଂ ଅବଦୁଲ ରାଜାକ ପ୍ରମୁଖଙ୍କୁ ଗିରଫ କରାଯାଇଥିଲା। ଏମାନେ ସମସ୍ତେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ବୋଲି ଜଣାପଡିଛି। ପୁଲିସ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର