କ୍ବାକଙ୍କ ଚିକିତ୍ସାରେ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ

ମାଥିଲି : ମାଥିଲି ବ୍ଲକ ଆମ୍ବଗୁଡା ପଞ୍ଚାୟତ ମାଡକାମୀ ଗୁଡାର ରାମଚନ୍ଦ୍ର ବାରିକଙ୍କ ୧୫ ବର୍ଷର ଝିଅକୁ ଆଜି ସାମାନ୍ୟ ପେଟ ଦରଜ ହେବାରୁ ମାଥିଲି ଶ୍ରୀରାମ ମେଡିସିନ ଷ୍ଟୋରକୁ  ଔଷଧ ନେବାକୁ ଆସିଥିଲେ । ତେବେ ଔଷଧ ଦୋକାନୀ ପ୍ରଶାନ୍ତ କୁମାର ଆଚାରି (ପପୁବାବୁ )ଧମନୀରେ ଗୋଟେ ଇଞ୍ଜେକ୍ସନ ଦେବାପରେ ଏକ ସିରପ ଖାଇବାକୁ ଦେଇଥିଲେ । ଇଞ୍ଜେକ୍ସନ ଦେବାର ଦଶ ପନ୍ଦର ମିନିଟ ପରେ ହଠାତ ନୀଳିମା ଅଧିକ ଅସୁସ୍ଥ ହୋଇ ପଡିବାରୁ ରାମଚନ୍ଦ୍ର ତାଙ୍କୁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ତେବେ ସେଠି ପହଞ୍ଚିବାମାତ୍ରେ ଡ୍ୟୁଟିରେ ଥିବା ଡାକ୍ତର ଦେବୀପ୍ରସାଦ ସାହୁ ନିଳିମାଙ୍କ  ପ୍ରାଥମିକ ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ନିଳିମାଙ୍କ ମୃତ୍ୟୁ ହେଇଯାଇଥିଲା ।
ତାପରେ ଡାକ୍ତର ମୃତ୍ୟୁ ସମ୍ବନ୍ଧରେ ନୀଳିମାଙ୍କ ପିତାଙ୍କୁ ଘଟଣା ସମ୍ବନ୍ଧରେ ପଚାରିବାରୁ ସେ ପ୍ରଥମେ ମେଡିକାଲ ଷ୍ଟୋରକୁ ଯାଇଥିଲୁ, ଆଉ ପପୁ ଵାବୁ ମୋ ଝିଅକୁ ଦେଖିଲା ପରେ ଦୁଇଟି  ଇଞ୍ଜେକ୍ସନ ଦେଲେ ଏବଂ ମୋ ଠାରୁ ୪୦୦ଟଙ୍କା  ନେଲେ  । ଏହି ଚିକିତ୍ସାରେ ଦଶ ମିନିଟ୍ ପରେ ମୋ ଝିଅ ନୀଳିମାର ଅବସ୍ଥା ଗୁରୁତର ହେବାରୁ ତାକୁ ମାଥିଲି ସ୍ଥିତ ଡାକ୍ତଖାନାକୁ ନେଇଥିଲି, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସମ୍ବନ୍ଧିତ ଖବର