ଦୁର୍ଦ୍ଦାନ୍ତ ନକ୍ସଲ ଟାଇଗଲ ହୁଙ୍ଗା ଗିରଫ, ଆଣ୍ଟି ଲ୍ୟାଣ୍ଡମାଇନ ଗାଡ଼ି ଉଡ଼ାଇବାରେ ମାହିର

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ମିଳିଛି ବଡ ସଫଳତା। କିଷ୍ଟରାମ ଅଂଚଳରେ ଲୋକଙ୍କ ନିଦ ହଜାଇଥିବା ଦୁର୍ଦ୍ଦାନ୍ତ ନକ୍ସଲ କିଶୋର ଓରଫ ଟାଇଗର ହୁଙ୍ଗାକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ପ୍ରତିଦିନ ଭଳି ଗତକାଲି ମଧ୍ୟ ଜିଲ୍ଲା ପୁଲିସ ସମେତ ସିଆରପିଏଫ,ଡିଆରଜି ଯବାନ କିଷ୍ଟରାମ ଥାନା ଅଂଚଳରେ କମ୍ବିଂ କରୁଥିଲେ। ତେବେ ଜଂଗଲରେ ଟାଇଗର ହୁଙ୍ଗା ଲୁଚି ରହିଥିବା ଗୁଇନ୍ଦା ସୂଚନା ପାଇବା ପରେ ସେହି ଜଂଗଲକୁ ଘେରାବନ୍ଦୀ କରିଥିଲେ।ନକ୍ସଲ ଟାଇଗର ହୁଙ୍ଗା ପୁଲିସ କବଜାରେ ଫସିଥିଲା।କିଶୋରକୁ ନକ୍ସଲମାନେ ଟାଇଗର ହୁଙ୍ଗା ନାମରେ ନାମିତ କରିଥିଲେ। ଆଣ୍ଟି ଲ୍ୟାଣ୍ଡମାଇନ ଗାଡ଼ି ଉଡ଼ାଇବାରେର ସେ ଥିଲା ଉସ୍ତାଦ।

୨୦୦୧ ମସିହାରେ ମାଓ କମାଣ୍ଡର ସୂର୍ଯ୍ୟମ୍ ଅନ୍ନାଙ୍କ ନେତୃତ୍ବରେ ସେ ପାର୍ଟିରେ ଯୋଗ ଦେଇଥିଲା।୨୦୦୬ ପର୍ଯ୍ୟନ୍ତ ସେ ବାଲ ସଂଗରେ ଦାୟିତ୍ବ ନେଇଥିଲା।ପରେ ୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ ସେ ଡିକେଏମଏ ଅଧ୍ୟକ୍ଷ ଭାବେ କାର୍ଯ୍ୟ କଲା।ଏବେ ସେ ମିଲିସିଆ ଏରିଆ କମାଣ୍ଡର ଭାବେ ଦାୟିତ୍ବ ନେଇଥିଲା।କିଷ୍ଟରାମ ଥାନାରେ ପ୍ରାୟ ୧୫ଟି କେଶ କିଶୋର ନାମରେ ରହିଛି।ପୁଲିସ ପାର୍ଟି ଉପରେ ଆକ୍ରମଣ କରିବା,ଆଣ୍ଟି ଲ୍ୟାଣ୍ଡମାଇନ ଗାଡି ଉଡାଇବା,ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା,ଲୁଟପାଟ କରିବା,ନିରୀହ ଲୋକଙ୍କୁ ହତ୍ୟା କରିବା ଭଳି ବହୁ ସଂଗୀନ ଅଭିଯୋଗ କିଶୋର ନାମରେ ରହିଛି। ପୁଲିସ ଦୀର୍ଘ ଦିନ ଧରି କିଶୋରକୁ ଧରିବା କିମ୍ବା ମାରିବା ପାଇଁ ଯୋଜନା ଚଳାଇଥିଲା।କିନ୍ତୁ ସୁକମା ଏସପି ସୁନିଲ ଶର୍ମାଙ୍କ ନେତୃତ୍ବରେ ଗତକାଲି କିଶୋରକୁ ଧରିବାରେ ସଫଳ ହୋଇଛି।ଆଜି ତାକୁ କୋର୍ଟ ଚାଲାଣ କରାଯିବା ସହ ରିମାଣ୍ଡରେ ଅଣାଯାଇଥିବା ପୁଲିସ କହିଛି। କିଶୋର ନାମରେ ସରକାର ୧ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ବହୁ ଯବାନଙ୍କୁ ହତ୍ୟା କରିବାରେ ସେ ସଫଳ ହୋଇଛି। ପୁଲିସ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି କହିଛି ।

ସମ୍ବନ୍ଧିତ ଖବର