ଚିକିତ୍ସା ପାଇଁ ଆର୍ଥିକ ସହାୟତା

ମାଲକାନଗିରି: ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା କଟକିଆ ଶିଶା ନାମକ ଜଣେ ୫ ବର୍ଷର ବାଳକ ଆର୍ଥିକ ଅଭାବରୁ ନିଜର ଚିକିତ୍ସା କରାଇପାରୁନଥିବା ନେଇ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ମହେଶ୍ୱରୀ ଯୁବ ସଂଗଠନ ପକ୍ଷରୁ ସହଯୋଗର ହାତ ବଢାଇଛି। ପ୍ରକାଶଥାଉକି କଟକିଆ ଶିଶାର ମଳ ଦ୍ୱାର ବନ୍ଦ ହୋଇଯାଇଥିବାରୁ ତୁରନ୍ତ ଅସ୍ତ୍ରୋପଚାର କରାଯିବା ଆବଶ୍ୟକ ରହିଥିଲା। କିନ୍ତୁ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିବା ପରିବାର ପୁଅର ଚିକିତ୍ସା ପାଇଁ କଟକ ନେଇ ପାରୁନଥିଲେ। ତେବେ ମହେଶ୍ୱରୀ ଯୁବ ସଂଗଠନ ତରଫରୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେହଭଳି ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜିଲ୍ଲାପାଳ ମନିଶ ଅଗ୍ରୱାଲ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର