ମାଲକାନଗିରି: ବେଣ୍ଟ ଶିକାର ମହଙ୍ଗା ପଡ଼ିଛି। ଶିକାରୀର ଶରରେ ଶିକାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛି। ଘଟଣା ଅନୁଯାୟୀ ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ମହୁପଦର ଗ୍ରାମର ଲୋକେ ବେଣ୍ଟ ଶିକାର କରିବାକୁ ମିକଟସ୍ଥ ଜଂଗଲକୁ ଯାଇଥିଲେ। ତେବେ କୌଣସି ଏକ ଜନ୍ତୁକୁ ଦେଖି କେହି ଜଣେ ଶିକାରୀ ଶର ବିନ୍ଧିଥିଲା। ତେବେ ଶର ଜନ୍ତୁକୁ ନବାଜି ଶିକାରକୁ ଯାଇଥିବା ଆଉଜଣେ ସହଯୋଗୀଙ୍କ ଜଙ୍ଘକୁ ବାଜିଥିଲା।
ଆହତ ହୋଇଥିବା ବ୍ୟକ୍ତି ଜଣକ ହେଲେ ହରିନାଥ ଦୁରୁଆଙ୍କ ପୁଅ ମଙ୍ଗରକ ଦୁରୁଆ(୨୫)। ଆହତ ମଙ୍ଗରାଜଙ୍କୁ ପ୍ରଥମେ ମାଥିଲି ମେଡିକାଲରେ ଭର୍ତି କରାଯାଇଥିଲା।ଗୁରୁତର ହେବାରୁ ତୁରନ୍ତ ମାଲକାନଗିରି ମେଡ଼ିକାଲକୁ ସ୍ଥାନାନ୍ତର କରାଗଲା। ଡାକ୍ତରଙ୍କ କହିବା ଅନୁଯାୟୀ ଅସ୍ତ୍ରୋପଚାର ପରେ ସେ ଠିକ ହୋଇଯିବେ। କୌଣସି ଅସୁବିଧା ନାହିଁ ବୋଲି ସେ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି।