ମାଲକାନଗିରି: ପଡ଼ୋଶୀ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ପୁଲିସ ଓ ମାଓବାଦୀ ମଧ୍ୟରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଜିଲ୍ଲାର ଛୋଟ ବେଟିଆ ଜଙ୍ଗଳରେ ହୋଇଥିବା ଏନ୍କାଉଣ୍ଟରରେ ଜଣେ ଯବାନ ସହିଦ ହୋଇଛନ୍ତି ବୋଲି କାଙ୍କେର ଡିଆଇଜି ସୂଚନା ଦେଇଛନ୍ତି। ଛୋଟବାଟିଆ ଜଙ୍ଗଲରେ ମାଓବାଦୀ ଥିବା ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୁଲିସକୁ ଦେଖିବା ମାତ୍ରେ ମାଓବାଦୀମାନେ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲା। ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି। ଘଟଣାସ୍ଥଳରୁ ମାଓବାଦୀମାନେ ଫେରାର ହୋଇ ଯାଇଥିଲେ।
ପୁଲିସ-ମାଓବାଦୀ ଏନକାଉଣ୍ଟରରେ ଜଣେ ଯବାନ ସହିଦ
/sambad/media/post_attachments/wp-content/uploads/2017/11/Police-Naxal_Encounters.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)