ଅପହରଣ କରି ହତ୍ୟା କଲେ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଦୋରନାପାଲ ଅଂଚଳରେ ଜଣେ ଯୁବକକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। ସୂଚନା ଅନୁଯାୟୀ, ୩ଦିନ ତଳେ ଏହି ଅଞ୍ଚଳର ଦୁଇ ଯୁବକଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ନକ୍ସଲ ଅପହରଣ କରି ନେଇଥିଲେ। ଆଜି ଚିନ୍ତାଗୁମ୍ଫା ନିକଟସ୍ଥ ତେଲେମବାଡା ଗ୍ରାମରେ ଜଣେ ଯୁବକଙ୍କ ମୃତ ଦେହକୁ ନକ୍ସଲ ଫିଙ୍ଗି ଚାଲି ଯାଇଥିବା ଜଣାପଡିଛି। ଅନ୍ୟ ଜଣକୁ ନିର୍ଧୁମ ପିଟି ଚେତାବନୀ ଦେଇ ଛାଡି ଦେଇଥିଲେ। ଯୁବକଙ୍କ ଶବ ମିଳିବା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି। ଲୋକେ ଆତଙ୍କିତ ହୋଇପଡିଛନ୍ତି। ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଏଠାରେ ହିଁ ଏକ ୪୦୭ ଗାଡିକୁ ନିଆଁ ଲଗାଇ ଦେଇଥିବା ବେଳେ ବହୁ ପୋଷ୍ଟର ଫିଙ୍ଗିଥିଲେ ନକ୍ସଲ। ପୋଷ୍ଟରରେ ଉଲ୍ଲେଖ କରିଥିଲେ ଯେ ମହାରାଷ୍ଟ୍ରର ଗଡଚେରେଲିରେ ମୃତ୍ୟୁବରଣ କରିଥିବା ସମସ୍ତ ସହିଦଙ୍କୁ ସଲାମ।

ସମ୍ବନ୍ଧିତ ଖବର