ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ନକ୍ସଲଙ୍କ ଦ୍ବାରା ହମଲା କରାଯାଇଛି।ଏଥର ଲ୍ୟାଣ୍ଡମାଇନ ବ୍ଲାଷ୍ଟରେ ଜଣେ ଯବାନ ଗୁରୁତର ଆହତ ହୋଇଛି।ସୁକମା ଜିଲ୍ଲାର ଅତି ସଂବେଦନଶୀଳ ଅଂଚଳଭାବେ ଜଂଗରୁଗୁଣ୍ଡା ପରିଚିତ।ଜଂଗରୁଗୁଣ୍ଡା ଥାନା ଅଂଚଳର ନରସାପୁରମ ନିକଟସ୍ଥ ମଲ୍ଲେବାଗୁ ନାଳ ନିକଟରେ ସିଆରପିଏଭର ୨୨୩ ବାଟାଲିୟନର ଯବାନ କୁମ୍ବିଂ କରୁଥିବା ବେଳେ ନକ୍ସଲ ପ୍ରଥମେ ଅତର୍କିତ ଗୁଳି ଚଳାଇଥିଲେ।ପରେ ଯବାନ ନିଜକୁ ସୁରକ୍ଷିତ କରି ନକ୍ସଲ ଉପରେ ପାଲଟା ଜବାବ ଦେଇଥିଲେ।ଦୀର୍ଘ ସମୟ ଧରି ଗୁଳି ବିନିମୟ ଘଟିଥିଲା।ପରେ ନକ୍ସଲ ଏକ ଲ୍ୟାଣ୍ଡମାଇନକୁ ବ୍ଲାଷ୍ଟକରିଥିଲେ।ଯାହାଫଳରେ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ।ତାଂକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।ସୂଚନାଯୋଗ୍ୟ ଯେ ଆଗକୁ ବିଧାନସଭା ନିର୍ବାଚନ ରହିଥିବାରୁ ନକ୍ସଲ ଏବେ ସକ୍ରିୟ ହୋଇଉଠିଛନ୍ତି।ପ୍ରତି ଗ୍ରାମକୁ ଯାଇ ଲୋକଙ୍କୁ ଭୋଟ ବର୍ଜନ କରିବା ପାଇଁ ଧମକ ଦେଉଛନ୍ତି।ଗ୍ରାମକୁ ଆସୁଥିବା ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ବିରୋଧ କରିବାକୁ ଜବରଦସ୍ତ କରୁଛନ୍ତି।ଏହାକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ କୁମ୍ବିଂକୁ ଜୋରଦାର କରାଯାଉଛି।ଏଥିରେ ନକ୍ସଲ ଏକ ପ୍ରକାର ହରଡଘଣାରେ ପଡିଯାଇଛନ୍ତି।ସୁରକ୍ଷାକର୍ମୀଙ୍କରର ଘନ ଘନ ଚଢାଉରେ ନକ୍ସଲ ବ୍ୟତିବ୍ୟସ୍ତ ହେବା ସହ କଣ କରିବେ ଚିନ୍ତା କରିପାରୁନଥିବା କୁହାଯାଇଛି।
ନକ୍ସଲ ଦ୍ବାରା ଲ୍ୟାଣ୍ଡ ମାଇନ ବ୍ଲାଷ୍ଟ, ଜଣେ ଯବାନ ଗୁରୁତର
/sambad/media/post_attachments/wp-content/uploads/2018/10/Mkg-Blast-re-jawan-injured.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)