କାଲିମେଳାରେ ଶୋଇଥିବା ଅବସ୍ଥାରେ ବଜ୍ରାଘାତରେ ଯୁବକ ମୃତ 

କାଲିମେଳା: ମାଲକାନଗିରି ଜିଲ୍ଳାର କାଲିମେଳା ଥାନା ଅନ୍ତର୍ଗତ ପୋଟେରୁ ଗ୍ରାମରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ଗ୍ରାମର ଧୀରେନ୍ଦ୍ର ସାହୁଙ୍କ ପୁଅ ମନୋଜ ସାହୁ (୨୫)ଙ୍କର ବଜ୍ରାଘାତରେ ମୃତ୍ୟ ଘଟିଛି। ଗତକାଲି ରାତିରେ ମନୋଜ ଗ୍ରାମଠାରୁ ପ୍ରାୟ ୨ କିଲୋମିଟର ଦୂର କୁଟୁଗୁଡ଼ା ଗ୍ରାମ ନିକଟରେ ଥିବା ବାଦାମ କ୍ଷେତର ଏକ କୁଡ଼ିଆରେ ଶୋଇଥିଲେ। ଗତକାଲି ରାତିରେ ଘଡ଼ଘଡ଼ି ସହିତ ପ୍ରବଳ ମାତ୍ରାରେ ବର୍ଷା ହେବା ସହ ବଜ୍ରାଘାତ ଘଟି ମନୋଜଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ମନୋଜ ବାଦାମ କ୍ଷେତରେ ରାତିରେ ଏକୁଟିଆ ଥିବାରୁ ଏବିଷୟରେ କେହି ଜାଣି ପାରିନଥିଲେ। ଆଜି ସକାଳେ ବଡ଼ ଭାଇ ବାଦାମ କ୍ଷେତକୁ ଗଲା ବେଳେ ସାନ ଭାଇ ମରି ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ପୁଲିସକୁ ଖବର ଦେବା ପରେ ପୁଲିସ ମୃତଦେହକୁ ଜବତ କରିବା ସହିତ କାଲିମେଳା ମେଡିକାଲରେ ବ୍ୟବଚ୍ଛେଦ କରି  ଏନେଇ ଏକ ମାମଲା ରୁଜୁ କରିଥିବାର ଜଣାପଡ଼ଛି।
ସମ୍ବନ୍ଧିତ ଖବର