ପଡିଆ: ମାଲକାନଗିରି ଜିଲ୍ଲା ପଡିଆ ପୁଲିସ ଅଞ୍ଚଳର ପ୍ରେମୀ ଯୁଗଳଙ୍କୁ ଏକତ୍ରିତ କରିବାରେ ସକ୍ଷମ ହୋଇଛି। ସୂଚନା ଅନୁଯାୟୀ, ପଡିଆ ଥାନା ଅନ୍ତର୍ଗତ ସପୁଲୁରୁ ଗ୍ରାମର ଜଣେ ଯୁବକ ଓ ସେହି ଗ୍ରାମର ଜଣେ ଯୁବତୀଙ୍କ ମଧ୍ୟରେ ଦୀର୍ଘ ଦିନ େହଲା ପ୍ରେମ ସଂପର୍କ ରହିଥିଲା। କିଛି ମାସ ତଳେ ପ୍ରେମିକ ଜଣକ କାମ କରିବାକୁ ଆନ୍ଧ୍ରକୁ ଯାଇଥିବା ବେଳେ ପ୍ରେମିକା କାଲିମେଳା ସ୍ଥିତ ନିଜ ସଂପର୍କୀୟଙ୍କ ଘରେ ରହୁଥିଲେ। ତେବେ ଯୁବତୀ ଜଣକ ଗର୍ଭବତୀ ହେବା ଜଣାପଡିବା ପରେ କାଲିମେଳା ଚାଇଲ୍ଡ ଲାଇନ୍ ଅଧିକାରୀ ମିଶାଇଲ ରାଜୁ ଓ ଏନ. ଖରା ଏନେଇ ପଡିଆ ଥାନାକୁ ଜଣାଇଥିଲେ। ଏହି ଘଟଣାର ତଦନ୍ତ ପାଇଁ ପଡିଆ ଥାନା ଅଧିକାରୀ ବିଷ୍ଣୁ ନାୟକ, ଏଏସ୍ଆଇ ଜୟଦାସ ଖରା ପ୍ରମୁଖ ଆଜି ସପୁଲୁର ଗାଁରେ ପହଞ୍ଚି ଗ୍ରାମବାସୀ ଓ ଉଭୟ ପକ୍ଷଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ପ୍ରେମୀ ଯୁଗଳ ଏକାଠି ରହିବେ ବୋଲି ଥାନା ଅଧିକାରୀ କହିଥିଲେ। ଯୁବତୀଙ୍କ ବାପା ଓ ମା’ଙ୍କ ପୂର୍ବରୁ ମୃତ୍ୟୁ ଘଟିଥିବା ବେଳେ ଦୁଇ ଭଉଣୀ ବିବାହ କରି ସାରିଛନ୍ତି। ତେଣୁ ଯୁବତୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଜିର ଆଲୋଚନା ପରେ ପ୍ରେମୀ ଯୁଗଳ ବିବାହ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଗ୍ରାମବାସୀ କହିଛନ୍ତି। ପୁଲିସର ଏଭଳି ପଦେକ୍ଷପକୁ ସାଧାରଣରେ ପ୍ରଶଂସା କରାଯାଇଛି।
ପ୍ରେମୀ ଯୁଗଳଙ୍କୁ ଏକତ୍ରିତ କଲା ପୁଲିସ
/sambad/media/post_attachments/wp-content/uploads/2019/03/love-couple-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)