ମାଲକାନଗିରି ସୀମାରୁ ମହିଳା ସମେତ ୧୨ ମାଓବାଦୀ ଗିରଫ

ମାଲକାନଗିରି: ଛତିଶଗଡ଼ ଓ ମାଲକାନଗିରି ସୀମାରୁ ଶୁକ୍ରବାର ଜଣେ ମହିଳା ମାଓବାଦୀ ସମେତ ୧୨ ଜଣ ମାଓବାଦୀ ଗିରଫ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଛତିଶଗଡ଼ର ଭୈରବଗଡ଼ ଅଞ୍ଚଳରୁ ଏମାନେ ଗିରଫ ହୋଇଛନ୍ତି। ବିଶେଷ ସୂଚନା ମିଳିବା ପରେ ଛତିଶଗଡ଼ ପୁଲିସ ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଚଳାଯାଇଥିଲା। ମିଳିତ ଅପରେସନ ବେଳେ ମାଓବାଦୀମାନେ ଗିରଫ ହୋଇଛନ୍ତି।

ଛତିଶଗଡ଼ର ବସ୍ତର ଜିଲ୍ଲା ଧରେନଗଢ଼ ପୁଲିସ ଥାନା ପୁଲିସ ସୀତାରାମ ହେରଲା, ଭୀମା ଆତରା, ସୁକରାମ ପଡ଼ିଆମୀ, ସମାରୁ ବାର୍ତା, ବାମନ ମଣ୍ଡାବୀ, ମଙ୍ଗଲୁ ବେକ୍‌, ଆଦିଆ ଓୟାନ, ଅନିଲ ବେକ, ମହିଳା ମାଓବାଦୀ ସୁଗ୍ରୀ ସୁନ୍ଦରୀ, ମାତା କୁଜରାନୀ, ଆଇଟୁ ବେକ୍‌, ଗୋଧ୍ରା ପଡ଼ିଆମୀଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଛି।

ସମ୍ବନ୍ଧିତ ଖବର