ମାଲକାନଗିରି: ପ୍ରକଳ୍ପ ଗୋଟିଏ, ଦୁଇଟି ଅନୁଦାନ। କ’ଣ ହବ ମାଲକାନଗିରି ସଦର ମହକୁମାର ଆମ ବସଷ୍ଟାଣ୍ଡର ଭାଗ୍ୟ? ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ କେମିତି ତରବରିଆ ଭାବେ ସବୁ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେଉଥିଲା, ତାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଏବେ ସାମନାକୁ ଆସିବାରେ ଲାଗିଛି।
ଆମ ବସଷ୍ଟାଣ୍ଡ ଯୋଜନାରେ ମାଲକାନଗିରି ସଦର ମହକୁମାରେ ଥିବା ବସଷ୍ଟାଣ୍ଡର ପୁନରୁରଦ୍ଧାର ଲାଗି ୬୬ କୋଟି ୨୭ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରିଛି ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗ। ଏହାରି ଭିତରେ କିନ୍ତୁ ପ୍ରାୟ ୬ କୋଟି ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ନୂଆ ବସଷ୍ଟାଣ୍ଡ ନିର୍ମାଣ କାମ ଜାରି ରଖିଛି ପୂର୍ତ୍ତ ବିଭାଗ। ତେବେ ଆମ ବସଷ୍ଟାଣ୍ଡ ଯୋଜନା ଏବେ କେମିତି କାର୍ଯ୍ୟକାରୀ ହେବ, କେମିତି ଆନ୍ତରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ହେବ, ତାହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।