ଦିନିକିଆ ମାଲକାନଗିରି ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ନବ

ମାଲକାନଗିରି: ମାଲକାନଗିରି ଗସ୍ତରେ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱନୀ ବୈଷ୍ନବ। ଦିନିକିଆ ମାଲକାନଗିରି ଗସ୍ତରେ କେନ୍ଦ୍ର ମନ୍ତ୍ରୀ ବିଶାଖାପାଟଣାରୁ ଟ୍ରେନ ଯୋଗେ କୋରାପୁଟ ଷ୍ଟେସନ ପହଞ୍ଚିବା ପରେ ମାଲକାନଗିରି ଯାଇଛନ୍ତି। କୋରାପୁଟ ରେଳ ଷ୍ଟେସନରେ କିଛି ସମୟ ରହିବା ପରେ କେନ୍ଦ୍ର ମନ୍ତ୍ରୀ ମାଲକାନଗିରି ଗସ୍ତ କରିଛନ୍ତି। ସେ ମାଲକାନଗିରିରେ ପହଞ୍ଚି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ଆଲୋଚନା କରିବାର ସୂଚନା ରହିଛି। ଜୟପୁର ଓ ମାଲକାନଗିରି ରେଳ ପଥ ଉପରେ ବିଶେଷ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ମାଲକାନଗିରିରେ ନୂତନ ଡାକ ଘର ଉଦଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ନବ। ମାଲକାନଗିରି ଗସ୍ତ ସାରି କେନ୍ଦ୍ର ମନ୍ତ୍ରୀ କୋରାପୁଟ ଫେରି କୋରାପୁଟ ଷ୍ଟେସନରେ କୋରାପୁଟଠାରୁ ବିଶାଖାପାଟଣା ପାସେଞ୍ଜର ସ୍ୱତନ୍ତ୍ର ଟ୍ରେନର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର