ମାଲକାନଗିରି: ମାଲକାନଗିରି ବ୍ଲକର ବୁରୁଦି ଗ୍ରାମର ରଂଜନ ଦୁରୁଆ ଜୈବୀକ ଚାଷ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ବାରା ପୁରସ୍କୃତ ହୋଇଛନ୍ତି। କୃଷିକୁ ପ୍ରତ୍ସାହନ ଦେଉଥିବା ସରକାର ଚଳିତ ବର୍ଷ କୃଷି କ୍ଷେତ୍ରରେ ଆଗକୁ ବଢୁଥିବା ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ମାଲାକନଗିରି ବ୍ଲକର ବୁରୁଦି ଗ୍ରାମର ରଂଜନ ଦୁରୁଆ ନିଜର ୧୦ ଏକ ଜମିରେ ପାରଂପାରିକ ଧାନ ଚାଷ କରିବା ସହ ଋତୁ ଅନୁଯାୟୀ ଚାଷ କରୁଥିଲେ।
ତେବେ ଏହାକୁ ତ୍ୟାଗ କରି ଏବେ ଅତ୍ୟାଧୁନିକ ପ୍ରଣାଳୀରେ ରଂଜନ ଚାଷ ଆରମ୍ଭ କରିଛନ୍ତି। ନିଜର ଚାଷ ପ୍ରଣାଳୀକୁ ବଦଳାଇବା ସହ ଜୈବୀକ ଚାଷ ପ୍ରଣାଳୀକୁ ଆପଣେଇ ଏବେ ସେ ଜିଲ୍ଲା ତଥା ରାଜ୍ୟରେ ପ୍ରଶଂସିତ ହୋଇଛନ୍ତି। ତାଂକୁ ଏହି ପୁରସ୍କାର ମିଳିବା ପରେ ଦୁରୁଆ ଜନଜାତି ମଧ୍ୟରେ ଖୁସିର ଲହରି ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/05/0elN8WMRjDoSqkwQf1iM.jpg)