ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ତେମୁରୁପାଲି ଓ ଲୁଲେରରେ ଥିବା ଦୁଇଟି ବୁଥ୍ରେ ମାଓବାଦୀଙ୍କ ଭୟରେ ଲୋକେ ଭୋଟ୍ ଦେଇନାହାନ୍ତି। ଭୋଟ୍ ଦେଲେ ଆଙ୍କୁଳି କାଟିଦେବୁ ବୋଲି ମାଓବାଦୀମାନେ ଧମକ ଦେବା ପରେ ଲୋକେ ଭୟରେ ଭୋଟ୍ ବର୍ଜନ କରିଥିବା ସୂଚନା ରହିଛି।
ସେହିପରି ସେହି ମାଥିଲି ବ୍ଲକ୍ର କୋରାପାଲି ଗ୍ରାମବାସୀ ବି ଭୋଟ୍ ବର୍ଜନ କରିଛନ୍ତି। ସେମାନେ କିନ୍ତୁ ମାଓ ଭୟରେ ନୁହେଁ, ଘରଠାରୁ ମତଦାନ କେନ୍ଦ୍ର ଦୂର ହୋଇଥିବାରୁ ଗ୍ରାମବାସୀ ଭୋଟ ବର୍ଜନ କରିଥିବା ଜାଣିବାକୁ ମିଳିିଛି। କୋରାପାଲି ଗାଁଠାରୁ ମତଦାନ କେନ୍ଦ୍ର ୮ କିଲୋମିଟର ଦୂର ହୋଇଥିବା ହେତୁ କେହି ବି ହେଲେ ମତଦାନ କରିବାକୁ ଯାଇ ନଥିବା ସୂଚନା ରହିଛି।
ବିଚ୍ଛିନ୍ନଅଞ୍ଚଳର କୁନ୍ତରପଦଠାରେ ୧୨ଟି ମତଦାନ କେନ୍ଦ୍ରରେ ମାଓ ଭୟରେ ବିଳମ୍ବରେ ଭୋଟ୍ ହୋଇଛି। ମାଓବାଦୀଙ୍କଠାରୁ ଧମକ ପାଇବା ପରେ ଭୟରେ କେହି କେହି ମଦତାନ କେନ୍ଦ୍ରକୁ ଆସିନଥିବା ସୂଚନା ରହିଛି। ଏହି ମତଦାନ କେନ୍ଦ୍ରରୁ ଖୁବ୍ କମ୍ ସଂଖ୍ୟକ ମତ ଗ୍ରହଣ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Sequence-1-01221613-750x430.jpg)