ମାଲକାନଗିରି: ପୁଣି ଜଳିଲା ୩୦ ହଜାର ଗଞ୍ଜେଇ ଗଛ

ଅବକାରୀ ଓ ପୁଲିସ ବିଭାଗର କାର୍ଯାନୁଷ୍ଠାନ: ୪୮ ଘଣ୍ଟା ମଧ୍ୟରେ ୨ଟି ସଫଳତା

ମାଲକାନଗିରି: ଛତିଶଗଡ଼ ସୀମାନ୍ତ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଶୁକ୍ରବାର ପୁଣି ଥରେ ୩୦,୦୦୦ ଗଞ୍ଜେଇ ଗଛରେ ନିଆଁ ଲଗାଇ ଦିଆଯାଇଛି। ଚିତ୍ରକୋଣ୍ଡା ବ୍ଳକର ଘଡ଼ିଗୁଡ଼ା, ନାକାମାଗୁଡ଼ି, ଡ଼ାଇଟ-୨ ଓ ଖୋରିକାଟୁ ନିକଟରେ ଥିବା ପାହାଡ଼ ତଳ ଜଙ୍ଗଲରେ ଅବକାରୀ ଓ ପୁଲିସ ବିଭାଗର କର୍ମଚାରୀମାନେ ଗଞ୍ଜେଇ ଗଛଗୁଡ଼ିକୁ କାଟି ପୋଡ଼ି ଦେଇଛନ୍ତି। ଜିଲ୍ଳାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଆଦେଶରେ ତଥା ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠ ଅଫିସ କର୍ମଚାରୀ ଓ ପୁଲିସର ମିଳିତ ଚଢ଼ାଉ ବଳରେ ଚିତ୍ରକୋଣ୍ଡା ବ୍ଲକର ଘଡ଼ିଗୁଡ଼ା, ନାକାମାଗୁଡ଼ି, ଡ଼ାଇଟ-୨ ଓ ଖୋରିକାଟ ପହଞ୍ଚି ଗଞ୍ଜେଇ ଗଛ ଗୁଡ଼ିକୁ ନଷ୍ଟ କରିଥିଲେ। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ହେବ।

ବାଲିମେଳା ପୁଲିସ ଥାନା ଅନ୍ତର୍ଗତ କଣ୍ଢେଇ ଗ୍ରାମ ନିକଟରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗତ ନଭେମ୍ବର ୨୨ରେ ୯୬ ହଜାର ଗଞ୍ଜେଇ ଗଛ ନଷ୍ଟ କରି ପୋଡ଼ା ଯାଇଥିଲା। ସେହି ଦିନ ପ୍ରାୟ ୧୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା। ଅବକାରୀ ବିଭାଗର ଜଣେ ଅଧିକାରୀ କହିଛନ୍ତି, ନଷ୍ଟ କରାଯାଇଥିବା ଗଞ୍ଜେଇର ମୂଲ୍ୟ ଆନୁମାନିକ ୧ କୋଟି ଟଙ୍କା ହେବ।

ଓଡ଼ିଶା-ଛତିଶଗଡ଼ ସୀମାର ଦୁର୍ଗମ ଅଞ୍ଚଳକୁ ରାସ୍ତାଘାଟର ଅଭାବ ଯୋଗୁଁ ଏଠାକାର ଆଦିବାସୀମାନେ କିଛି ପ୍ରଭାବୀ ଲୋକଙ୍କର ଚକ୍ରାନ୍ତରେ ପଡ଼ି ଗଞ୍ଜେଇ ଚାଷ କରୁଛନ୍ତି। ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ମାଓବାଦୀଙ୍କ ଭୟରେ ଜଙ୍ଗଲ ଭିତରକୁ ପ୍ରବେଶ କରିବାକୁ ସାହାସ କରି ପାରୁ ନ ଥିବାରୁ ଗଞ୍ଜେଇ ବ୍ୟବସାୟୀଙ୍କୁ ଲାଭ ହେଉଛି। ଏଠାରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ଗୁଜରାଟ, ଗୋଆ ଆଦି ରାଜ୍ୟକୁ ଟ୍ରେନ୍‌ରେ ଦଲାଲ ମାଧ୍ୟମରେ ଗଞ୍ଜେଇ ଚୋରାଚାଲାଣ ହେଉଛି।

ମାତ୍ର ୪୮ ଘଣ୍ଟା ମଧ୍ୟରେ ପାଖାପାଖି ୧ ଲକ୍ଷ ୩୦ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯିବାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି। ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପ୍ରତି ବର୍ଷ ହଜାର ହଜାର ଏକର ଜମିରେ ଗଞ୍ଜେଇ ଚାଷ କରାଯାଉଛି। ସେଗୁଡ଼ିକ ମଧ୍ୟରୁ କାଁ ଭାଁ ଲୋକଲୋଚନକୁ ଆସୁଥିବା ବେଳେ ଅନେକ ତଥ୍ୟ ପୁଲିସ କିମ୍ବା ଅବକାରୀ ବିଭାଗର ନଜରରେ ଆସୁନାହିଁ।

ଓଡ଼ିଶା-ଛତିଶଗଡ଼ ସୀମାର ଦୁର୍ଗମ ଅଞ୍ଚଳକୁ ରାସ୍ତାଘାଟର ଅଭାବ ଥିବାରୁ ଏଠାକାର ଲୋକେ କିଛି ପ୍ରଭାବୀ ଲୋକଙ୍କର ଚକ୍ରାନ୍ତରେ ପଡ଼ି ଗଞ୍ଜେଇ ଚାଷ କରୁଛନ୍ତି। ଅପରପକ୍ଷେ ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ମାଓବାଦୀଙ୍କ ଭୟରେ ଜଙ୍ଗଲ ଭିତରକୁ ପ୍ରବେଶ କରିବାକୁ ସାହାସ କରି ପାରୁ ନାହିଁ।

ମାଲକାନଗିରି ଜିଲ୍ଲାରେ ଓଡ଼ିଶାର ସର୍ବାଧିକ ଗଞ୍ଜେଇ ଚାଷ ହେଉଛି। ଏଠାରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ଗୁଜରାଟ, ଗୋଆ ଆଦି ରାଜ୍ୟକୁ ଟ୍ରେନ୍‌ରେ ଦଲାଲ ମାଧ୍ୟରେ ଗଞ୍ଜେଇ ଚୋରା ଚାଲାଣ ହେଉଛି। ବ୍ୟବସାୟୀ ମାନେ ଏହି ଅପରାଧିକ ବ୍ୟବସାୟରୁ କୋଟି କୋଟି ଟଙ୍କା ଲାଭ ଉଠାଉଛନ୍ତି।

ସମ୍ବନ୍ଧିତ ଖବର