ଭୁବନେଶ୍ୱର : ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ ଓ ଏହାପରେ ତାଙ୍କର କୋଭିଡ୍-୧୯ ଟେଷ୍ଟ କରାଯାଇଥିଲା। ଏହାପରେ ନମୁନା ପଜିଟିଭ୍ ଆସିଥିଲା। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ଭୁବନେଶ୍ବର ଏମସରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।
ଭାରତୀୟ ଜନତା ପାର୍ଟିର ବିଧାୟକ ଆଦିତ୍ୟ ମାଢୀ ଦଳର ଜିଲ୍ଲା ସଭାପତି ମଧ୍ୟ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/aditya-madhi.jpg)