ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲ୍ୟବନ୍ତ ମହୋତ୍ସବକୁ ଆହୁରି ଉତ୍ସବ ମୁଖର କରିବା ପାଇଁ ମାଲକାନଗିରିରେ ଅନୁଷ୍ଠିତ ହୋଇଛି ପଥ ଉତ୍ସବ। ଶୀତୁଆ ସକାଳରେ ନାଚିଲା ଗାଇଲା ଓ ଝୁମିଲା ମାଲକାନଗିରି ସହର। ଆଗକୁ ମାଲ୍ୟବନ୍ତ ମହୋତ୍ସବ ଥିବା ବେଳେ ଏହା ପୂର୍ବରୁ ସଦର ମହକୁମାରେରେ ଆରମ୍ଭ ହୋଇଛି ପଥ ଉତ୍ସବ। ଏହି ପଥ ଉତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଠାରୁ ଡିଏନକେ ଖେଳ ପଡିଆ ପର୍ଯ୍ୟନ୍ତ ଆୟୋଜନ ହୋଇଥିଲା।

Advertisment

ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପଜିଲ୍ଲାପାଳ ଅଶ୍ନି ଏଏଲ,ବନଖଣ୍ଡ ଅଧିକାରୀ ସାଇ କିରଣ ଓ ବିଏସଏଫ ଡେପୁଟି କମାଣ୍ଡାଣ୍ଟ ରବି ମିଶ୍ର ଉପସ୍ଥିତ ଥିଲେ। ସକାଳର ପହିଲି କିରଣ ସହ ବେଶ ବର୍ଣ୍ଣାଢ୍ୟରେ ଆୟୋଜନ ସହ ପାଳନ ହୋଇଛି ପଥୋତ୍ସବ। ଆଉ ଏହି ପଥ ଉତ୍ସବରେ ସହରବାସୀ  ବି ବେଶ ଉପଭୋଗ କରିଥିଲେ।

Mkg path utshav (5)

ନାଚିଲେ ଯୁବକଯୁବତୀ

ଉଦଘାଟନୀ ସମାରୋହ ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନେଇ ବେଶ ଝୁମିଥିଲେ ନାଚିଥିଲ ଯୁବକଯୁବତୀ। ମଞ୍ଚରେ ଦେଖିବାକୁ ମିଳିଥିଲା ଜନଜାତି କଳା ସଂସ୍କୃତିର ଝଲକ। ପଥ ଉତ୍ସବରେ  ନାଚ,ଗୀତ ସ୍କେଟିଂ, ଖାଦ୍ୟର ପସରା, ଆର୍ଟ କ୍ରାଫ୍ଟ ବା ଝୋଟି ଚିତା, ଯୋଗ, ବିଭିନ୍ନ ପ୍ରକାର ଦୁଃସାହସିକ ଖେଳ ଓ କ୍ରୀଡା ପ୍ରଦର୍ଶିତ ହୋଇଥିଲା। ଏହାସହ ବିଭିନ୍ନ ପ୍ରକାର ଝୋଟି ଓ ଚିତ୍ର ଭିନ୍ନ ଭିନ୍ନ ପ୍ରକାର ଚିତ୍ରାଙ୍କନ ବେଶ ଚିତାକର୍ଷକ ରହିଥିଲା। ଏଥିରେ ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିଥିଲା। ପରିବେଶ ସଚେତନତା,ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ମାନିବା ପାଇଁ ସଚେତନତା ମଧ୍ୟ ଦେଖିବାକୁ ମିଳିଛି। ବିଶେଷକରି ପାରମ୍ପରିକ କଳା ଓ ନୃତ୍ୟ ପ୍ରଦର୍ଶନ ଲୋକଙ୍କ ମନକୁ ବେଶ ଛୁଇଁଥିଲା।

ଆହୁରି ପଢ଼ନ୍ତୁ: Bhadrak Politics: ବାପାଙ୍କ ପାଇଁ ପୁଅର କର୍ତ୍ତବ୍ୟ କରିବି, ବିଜେପିକୁ ସୁଦୃଢ଼ ଲାଗି ସମୟ ଦେବି: ଲୁଲୁ

ଡଗ୍‌ ସୋ’ ଆକର୍ଷଣୀୟ

ଆଜିର ପଥ ଉତ୍ସବରେ ସୀମା ସୁରକ୍ଷା ବଳ ତରଫରୁ ଆୟୋଜନ କରାଯାଇଥିବା ଡଗ୍ ସୋ ବେଶ୍ ଆକର୍ଷଣୀୟ ହୋଇଥିଲା। ପୁଲିସ ବାହିନୀ ତରଫରୁ ଆରକ୍ଷୀ ଝଙ୍କାର ଟିମ୍ ମେଲୋଡି ପ୍ରଦର୍ଶନ କରିଥିଲେ। ଶ୍ୟାମ ସୁନ୍ଦର ନାୟକ ଓ ନିବେଦିତା ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଉପ ଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀ ଓ ସମସ୍ତ କମିଟି ସଦସ୍ୟ ଏହାକୁ ଆୟୋଜନ କରିବାରେ ସହଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: Smriti Mandhana: ବିବାହ ସ୍ଥଗିତ ରହିଲା; ଆଗକୁ ବଢ଼ିବାର ସମୟ ଆସିଲା