ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ପୁଲିସକୁ ମିଳିଛ ବଡ ସଫଳତା। ଗଂଜେଇ ତେଲ ପ୍ରସ୍ତୁତ କରାଯାଉଥିବା କାରଖାନା ଉପରେ ଚଢାଉ କରି ସମସ୍ତ ତେଲ ପ୍ରସ୍ତୁତ ସାମଗ୍ରୀକୁ ଜବତ କରିବା ସହ ଏହି ତେଲ ପ୍ରସ୍ତୁତ କରୁଥିବା ୪ ଜଣ ଆସାମୀକୁ ଗିରଫ କରିଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଏସପି ବିନୋଦ ପାଟିଲ ଏଚ ଏ ସଂପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ। ଚିତ୍ରକୋଣ୍ଡା ଥାନା ଅଂଚଳର ବଡପଦର ପଞ୍ଚାୟତର ଏକ ଜଂଗଲରେ ଏହି କାରଖାନା ରହିଥିଲା।
ଏହି ଗଂଜେଇ ତେଲକୁ ରାଜ୍ୟ ସହ ରାଜ୍ୟ ବାହାରକୁ ଏବଂ ବିଦେଶକୁ ରପ୍ତାନୀ କରାଯାଉଥିଲା। ୪ ଜଣ ଆସାମୀ ମଧ୍ୟରୁ ଦୁଇ ଜଣ ଆନ୍ଧ୍ରପ୍ରଦେଶର ବୋଲି ପୁଲିସ କହିଛି। ଜବତ ହୋଇଥିବା ୨ କିଲୋ ଗଂଜେଇ ତେଲର ମୂଲ୍ୟ ୨୫ ଲକ୍ଷ ଟଂକା ବୋଲି କୁହାଯାଇଛି। ଏଥିସହ ଲକ୍ଷାଧିକ ଟଂକାର କେମିକାଲ,ଆଇରନ ମେସିନ,ପ୍ରେସର କୁକର,ସିଲିଣ୍ଡର,ଗ୍ୟାସ ବର୍ନର,ଆଇରନ କମ୍ପ୍ରୋସେର,ପାଇପ,ପ୍ଲାଷ୍ଟିକ ଡ୍ରମ ଇତ୍ୟାଦି ମଧ୍ୟ ପୁଲିସ ଜବତ କରିଛି। ଗଜେଇ ମାଫିଆଙ୍କ ଠାରୁ ୩୦ କିଲୋ ଗଂଜେଇ ମଧ୍ୟ ଜବତ କରାଯାଇଛି। ତଦନ୍ତ ଚାଲୁଥିବାରୁ ଚାରି ଜଣ ଗଂଜେଇ ମାଫିଆଙ୍କ ପରିଚୟ ଗୁପ୍ତ ରଖାଯାଇଥିବା କୁହାଯାଇଛି।
ଆହୁରି ପଢ଼ନ୍ତୁ: Shivratri: ଲିଙ୍ଗରାଜଙ୍କ ଜାଗର ଯାତ୍ରା ନେଇ ସମୀକ୍ଷା: ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନ ଉପରେ ଗୁରୁତ୍ୱ
ପ୍ରକାଶ ଥାଉକି ୨୦୨୫ ନଭେମ୍ବର ମାସରେ ପୁଲିସ ପ୍ରାୟ ୭ କୋଟି ଟଂକାର ଗଂଜେଇ ତେଲ ଜବତ କରିଥିଲା। ସେହି ଦିନ ଠାରୁ ପୁଲିସ ଏହାର କାରଖାନାକୁ ଠାବ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ପୁଲିସ ଏହି କାରଖାନା ଉପରେ ଚଢାଉ କରିଥିଲା। ସୂଚନାଯୋଗ୍ୟ ଯେ ୫୦ କିଲୋ ଗଂଜେଇରୁ ୧ କିଲୋ ଗଂଜେଇ ତେଲ ପ୍ରସ୍ତୁତ ହୁଏ। ଯାହାର ବଜାର ଦର ଅଧିକା ରହିଛି। ପ୍ରକାଶ ଥାଉକି ଆଜି ପର୍ଯ୍ୟନ୍ତ ୬୨ କିଲୋ ଗଂଜେଇ ତେଲ ଜବତ ହେଲାଣି। ଯାହାର ଆନୁମାନିକ ମୂଲ୍ୟ ୭ କୋଟି ୫୦ ଲକ୍ଷ ଟଂକା ହେବ। ଗତ ବର୍ଷ ୩୧ ଟନ୍ ଗଂଜେଇ ଜବତ କରାଯାଇଥିବା ବେଳେ ୨୦୨୪ ମସିହାରେ ୨୨ ଟନ୍ ଗଂଜେଇ ଜବତ କରାଯାଇଥିଲା। ଏଥିସହ ୨୦୨୫-୨୬ ମସିହାରେ ୧୨୮୨ ଏକର ଗଂଜେଇ ଗଛକୁ ନଷ୍ଟ କରାଯାଇଥିବା ପୁଲିସ କହିଛି। ପୁଲିସ ଜନସାଧାରଣଙ୍କ ଅପିଲ କରିଛନ୍ତି ଯେ ଗଂଜେଇ ଚାଷ,ଗଂଜେଇ ଚାଲାଣ ଏବଂ ଗଂଜେଇ ତେଲ ପ୍ରସ୍ତୁତ କରୁଥିବା ସ୍ଥାନ ଏବଂ ଆସାମୀମାନଙ୍କ ସଂପର୍କରେ ହେଲପ ଲାଇନ ନମ୍ବର ୯୪୩୮୯୧୧୬୯୭୨ ନମ୍ବରରେ ଜଣାଇପାରିବେ। ସମସ୍ତ ତଥ୍ୟ ଗୁପ୍ତ ରଖାଯିବ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ରାଜକିଶୋର ଦାସ ଓ ରଶ୍ମି ରଂଜନ ସେନାପତି ପ୍ରମୁଖ ଉପସ୍ଥିତଥିଲେ।
ଆହୁରି ପଢ଼ନ୍ତୁ: Supreme Court: ଏସ୍ଆଇଆର୍ରେ ବାଧା ସୃଷ୍ଟି କରିବାକୁ ଦିଆଯିବନି: ସୁପ୍ରିମକୋର୍ଟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/09/mkg-ganaja-oil-factory-seized-4-2026-02-09-18-52-54.jpg)