ମାଲକାନଗିରି: ମାଲକାନଗିରି ଜିଲ୍ଲାର ମୋଟୁ ଘାଟରେ ଲୋକଙ୍କ ସୁବିଧା ପାଇଁ ଫେରି ବୋଟ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦାନ କରାଯାଇଥିଲା। ଉଦେଶ୍ୟ ଥିଲା ମୋଟୁ ଘାଟରେ କେବଳ ମଟର ସାଇକେଲ ଛୋଟ ଛୋଟ ବୁଟବୁଟିରେ ପାର ହୋଇଯାଉଥିଲେ ମଧ୍ୟ ଭାରୀଯାନ ପାର ହେବାକୁ ସମସ୍ୟା ହେଉଥିଲା। ସାବେରୀ ନଦୀ ଆରପଟେ ଛତିଶଗଡ ଏବଂ ଆନ୍ଧ୍ର ପ୍ରଦେଶ ଆରମ୍ଭ ହେବାରୁ ଦୈନନ୍ଦିନ ଜୀବନ, ଜୀବିକା ପାଇଁ ଲୋକେ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରି ଆସୁଛନ୍ତି। ବିଶେଷ କରି ଛତିଶଗଡର କୋଣ୍ଟା ସହର ଉପରେ ଅଧିକାଂଶ ନିର୍ଭର କରୁଛନ୍ତି। ସେହିପରି ଛତିଶଗଡର ଲୋକେ ମଧ୍ୟ ସାପ୍ତାହିକ ହାଟ ହେଉ ବା କୌଣସି କାର୍ଯ୍ୟ ପାଇଁ ଓଡିଶା ଉପରେ ନିର୍ଭର କରୁଥିଲେ। ପ୍ରତିଦିନ ୨ ହଜାର ଲୋକ ନଦୀ ପାର ହେଉଛନ୍ତି। ଏହି ସାବେରୀ ନଦୀ ଉପରେ ଛତିଶଗଡ ସରକାର ଏକ ବିରାଟ ବ୍ରିଜ ନିର୍ମାଣ କରିବାକୁ ଯାଉଥିବା ବେଳେ ଏହା କେବେ ସମାପ୍ତ ହେବ ତାହା ସଠିକ କେହି ଜାଣନ୍ତି ନାହିଁ। ଅନ୍ୟପଟେ କିଛି ମାସ ତଳେ ମାଲକାନଗିରି ଆଇଟିଡିଏ ତରଫରୁ ୨୭ ଲକ୍ଷ ଟଂକା ଖର୍ଚ୍ଚ କରି ନଦୀ ଘାଟକୁ ଫେରି ବୋଟ ଯୋଗାଇ ଦିଆଯାଇଥିଲା। ମାଲ୍ୟବନ୍ତ ଫେରି ସେବା ବୋଲି ଚଳାଚଳ ବି କରିଥିଲା। କିଛି ଦିନ ଏହା ଠିକ ଚାଲିଲା। ରକ୍ଷଣାବେକ୍ଷଣ ପାଇଁ ମୋଟୁ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିଲା। ତେବେ ଗତ ୪ ମାସରୁ ଊର୍ଦ୍ଧ୍ବ ହେବ ଏହି ସେବା ବନ୍ଦ ରହିଛି। ଯାହାଫଳରେ ଦେଶୀ ଡଙ୍ଗାରେ ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି। ଗୋଟିଏ ବୁଟବୁଟି ସହ ଦେଶୀ ଟଂକାକୁ ଯୋଡି ଦୁଇଟି ଡଂକା ଏକାସାଥିରେ ପାର ହେଉଥିବା ଦେଖିବାକୁ ମିଳିଛି। ଗୋଟିଏ ଡଂଗାରେ ମଟର ସାଇକେଲ ପାର ହେଉଥିବା ବେଳେ ଅନ୍ୟଟିରେ ଲୋକେ ପାର ହେଉଥିବା ଦେଖିବାକୁ ମିଳିଛି। ପ୍ରତିଥର ୩୦ରୁ ୪୦ ଜଣ ନଦୀ ପାର ହେଉଛନ୍ତି। କୌଣସି ଅଘଟଣ ଘଟିବା ପୂର୍ବରୁ ଅଚଳ ହୋଇ ପଡ଼ିଥିବା ଫେରି ବୋଟକୁ ତୁରନ୍ତ ମରାମତି କରିବା ପାଇଁ ସାଧାରଣରେ ଦାବି କରାଯାଇଛି।
କୋମାରେ ମାଲ୍ୟବନ୍ତ ଫେରି ବୋଟ୍
/sambad/media/post_attachments/wp-content/uploads/2018/12/malka-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)