ଚରିତ୍ର ସଂଦେହ: ସ୍ତ୍ରୀକୁ ଗଳା କାଟି ହତ୍ୟା

କାଲିମେଳା : ପାରିବାରିକ କଳହ ଓ ଚରିତ୍ରକୁ ସଂଦେହ କରି ସ୍ତ୍ରୀର ଗଳାକାଟି ହତ୍ୟା କରିଛି ସ୍ୱାମୀ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମପିଭି-୬୫ ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ। ହତ୍ୟା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି।

ଏମପିଭି-୬୫ ଗ୍ରାମର ବକୁଳ ସରଦାରଙ୍କ କହିବା ଅନୁସାରେ ଆଜି ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ତାଙ୍କ ମଝିଆ ପୁଅ ସୁଜିତ ଓ ତା ପତ୍ନୀ ଅନିତା ସରଦାର ମଧ୍ୟରେ କୌଣସି କାରଣରୁ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହାର କିଛି ସମୟ ପରେ ବୋହୂର ଚିତ୍କାର ଶୁଣି ସେ ଘର ଭିତରକୁ ଯାଇ ଦେଖିବା ବେଳକୁ ଅନିତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଚଟାଣରେ ପଡ଼ିଥିଲା। ଅନିତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କଟା ଯାଇଥିବା ବେଳେ ସୁଜିତ ହାତରେ ଏକ ରକ୍ତଲଗା କଟୁରୀ ଧରିଥିଲା। ପାଖରେ ଥିବା ଅଢ଼େଇ ବର୍ଷର ନାତୁଣୀ ଜ୍ୟୋତିର ଦେହ ସାରା ମଧ୍ୟ ରକ୍ତଛିଟା ପଡ଼ିଥିଲା। ବକୁଳ ପୁଅକୁ ଅଟକାଇବାକୁ ଚେଷ୍ଟା କରିବାରୁ ହାଣିଦେବି ବୋଲି ଧମକ ଦେଇ ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ବୋଲି ବକୁଳ ପ୍ରକାଶ କରିଛନ୍ତିି।

ସମ୍ବନ୍ଧିତ ଖବର