ମାଲକାନଗିରି : ସ୍ବାଭିମାନ ଅଞ୍ଚଳରେ ମାଓ ଶିବିର ଠାବ, ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ଗତ କିଛି ଦିନ ହେଲା ଚାଲିଥିବା ବିଏସଏଫ, ଓଡ଼ିଶା ପୁଲିସ ଓ ଆନ୍ଧ୍ର ପୁଲିସର  ମିଳିତ ଅପରେସନ ଫଳରେ  ଏକ ବଡ଼ ଧରଣର ମାଓ ଶିବିର ଠାବ କରାଯାଇଛି । ଏହି ଶିବିରରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି ।

ମାଲକାନଗିରି ଏସପିଙ୍କ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ମାଓ ଶିବିରରୁ ଜବତ ସାମଗ୍ରୀ ମଧ୍ୟରେ ରହିଛି ୨ଟି ଏସଏଲଆର ରାଇଫଲ, ଗୋଟିଏ ୩୦୩ ରାଇଫଲ, ଆଇଇଡି, ଏସଏଲଆର ମାଗାଜିନ, ୭.୬୨ ଏସଏଲଆର ରାଉଣ୍ଡ, ମାଗାଜିନ ପାଉଚ ଓ ସେଲିଂ, ମାଓ ପୁସ୍ତିକା ଆଦି ।  ରାଷ୍ଟ୍ରବିରୋଧୀ କାର୍ଯ୍ୟ ପାଇଁ ଏସବୁ ଅସ୍ତ୍ରଶସ୍ତ୍ର ନିରୀହ ଜନତା ଓ ସୁରକ୍ଷା ବଳଙ୍କ ବିରୋଧରେ ପ୍ରୟୋଗ ଲାଗି ଉଦ୍ଦିଷ୍ଟ ଥିଲା  ।

ଏହି ପ୍ରେସ ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଚଳିତ ସପ୍ତାହରେ ସ୍ବାଭିମାନ ଅଞ୍ଚଳରେ ଏକ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା । ଏହି ଅପରେସନରେ  ବିଏସଏଫ, ଓଡ଼ିଶା ପୁଲିସ ଓ ଆନ୍ଧ୍ର ପୁଲିସର ଯବାନମାନେ ଭାଗ ନେଇଥିଲେ । ଏହି ଅପରେସନ ଫଳରେ ତିନିଦିନ ତଳେ ସ୍ବାଭିମାନ ଅଞ୍ଚଳରେ ଗୁରାସେତୁ ବିଏସଏଫ ସିଓବି (କମ୍ପାନି ଅପରେଟିଂ ବେସ୍ ) ସ୍ଥାପନ କରାଯାଇଥିଲା । ଏହି ସିଓବି ଫଳରେ ଏହି ସ୍ବାଭିମାନ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଆସିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର